ଯୁକ୍ତ ୩ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଆବେଦନ ଆଜିଠୁ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନିରେ ବଳକା ଥିବା ସିଟ୍ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ୟ୍ୟାୟ ଆବେଦନ ଆଜିଠୁ ଆରମ୍ବ ହୋଇଛି । ଆସନ୍ତା ୧୯ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପର୍ୟ୍ୟାୟ ପାଇଁ ଅନ୍ଲାଇନ୍ରେ ଆବେଦନ କରିବେ । ପରେ ଆସନ୍ତା ୨୭ ତାରିଖରେ ଏ ପର୍ୟ୍ୟାୟର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ୨୮, ୨୯ ଓ ୩୧ ତାରିଖରେ ହେବ । ନଭେମ୍ବର ୭ରେ ଦ୍ୱିତୀୟ ମେଧା ତାଲିକା ବାହାରିବ । ଏହାର ନାମେଲଖା ନଭେମ୍ବର ୯ରୁ ୧୧ ଯାଏ ଚାଲିବ ।
ଅନ୍ୟପକ୍ଷରେ ଯେଉଁମାନେ ପ୍ରଥମ ପର୍ୟ୍ୟାୟ ନାମଲେଖିଛନ୍ତି ଓ ଆଉ ୨ୟ ପର୍ୟ୍ୟାୟରେ ଆବେଦନ କରିବେନାହିଁ, ସେମାନେ ଆସନ୍ତାକାଲିଠୁ ୩୧ ତାରିଖ ପର୍ୟ୍ୟନ୍ତ ଫି’ ଦାଖଲ କରିବେ । ଯେଉଁମାନେ ଦ୍ୱିତୀୟ ପର୍ୟ୍ୟାୟରେ ନାମଲେଖାଇବେ ସେମାନେ ନଭେମ୍ବର ୧ରୁ ୧୫ ତାରିଖ ଭିତରେ ଫି’ ଦାଖଲ କରିବେ । ସେହିପରି ପିଜି ପ୍ରଥମ ପର୍ୟ୍ୟାୟରେ ଯେଉଁମାନେ ନାମଲେଖିଛନ୍ତି, ସେମାନେ ଆସନ୍ତା ୧୭ରୁ ନଭେମ୍ବର ୧୫ ପର୍ୟ୍ୟନ୍ତ ଫି’ ଦେବେ । ଯେଉଁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ଭିତରେ ଫି’ ଦାଖଲ କରିବେ ନାହିଁ ସେମାନଙ୍କ ନାମଲେଖା ରଦ୍ଦ ହେବ ।
Powered by Froala Editor