ମୁଲାୟମ୍ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ବର: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଥିବା କଥା ଟୁଇଟ୍ କରି ପୁତ୍ର ଅଖିଳେଶ ଯାଦବ ସୂଚନା ଦେଇଛନ୍ତି।
ମୁଲାୟମ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ତାଙ୍କ ଅଫିସିଆଲ୍ ଆକାଉଣ୍ଟ୍ରେ ଏକ ଟ୍ବିଟ୍ କରି ଲେଖିଛନ୍ତି, ‘ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବଙ୍କ ବିୟୋଗରେ ମୁଁ ଦୁଃଖିତ। ଦଳିତମାନଙ୍କ ବିକାଶ ଦିଗରେ ତାଙ୍କର ଅବଦାନ ପାଇଁ ଏହି ସମାଜବାଦୀ ନେତାଙ୍କୁ ସର୍ବଦା ସ୍ମରଣ କରାଯିବ। ଶୋକସନ୍ତପ ପରିବାର ଓ ସମର୍ଥକଙ୍କ ପାଇଁ ମୋର ଭାବନା ଓ ପ୍ରାର୍ଥନା ଜଣାଉଛି। ଓମ୍ ଶାନ୍ତି।’
ଆଜି ସକାଳ ପ୍ରାୟ ୮.୧୫ରେ ତାଙ୍କର ପରଲୋକ ହୋଇଯାଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ପ୍ରବୀଣ ରାଜନେତା ମୁଲାୟମ୍ ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରତିରକ୍ଷାମନ୍ତ୍ରୀ ଥିଲେ। ପତ୍ନୀ ଡିମ୍ପଲ୍ଙ୍କ ସହିତ ମୁଲାୟମ୍ଙ୍କ ପୁଅ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଗୁରୁଗ୍ରାମରେ ପହଞ୍ଚିଛନ୍ତି।
Powered by Froala Editor