ଅଭାବନୀୟ ଘଟଣା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ମୃତ
ହରଭଙ୍ଗା : ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ସଦସ୍ୟ ମୃତ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇ ସାରି ଗ୍ରାମର ସୁକାନ୍ତି ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ଏବଂ ଦିଅର ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ବୁଧବାର ସକାଳୁ ଜବଲପୁର ଗ୍ରାମର ସୁକାନ୍ତି ଗାଧୋଇ ସାରି ଓଦା ଲୁଗାକୁ ଘର ବାରଣ୍ଡାରେ ଶୁଖାଉଥିବା ବେଳେ ସେଠାରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଦିଅର ସୁଶୀଲ ବେହେରା ମଧ୍ୟ ତାରରେ ଲାଗି ରହିଥିଲେ । ତେବେ ସେମାନେ ତାରରେ ଲାଗି ରହିଥିବା ଦେଖି ପଡୋଶୀ ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ। ହେଲେ ଗ୍ରାମବାସୀ କେହି ତାଙ୍କୁ ଉଦ୍ଧାର କରିବାକୁ ସାହାସ କରିପାରି ନଥିଲେ। ଏହି ସମୟରେ ଘରେ ଶୋଇଥିବା ସୁକାନ୍ତିଙ୍କ ୧୧ ବର୍ଷର ପୁଅ ସୋହନ ବେହେରା ଉଠି ଧାଇଁଆସି କିଛି ନଜାଣିବା ପୂର୍ବରୁ ସେ ମଧ୍ୟ ତାଙ୍କୁ ତାରରୁ ଛଡାଇବାକୁ ପ୍ରୟାସ କରିଥିଲା ଏବଂ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି।
Powered by Froala Editor