କ୍ରିକେଟ୍ ମ୍ୟାଚ୍ରେ ସଂସ୍କୃତ କମେଣ୍ଟ୍ରି

କ୍ରିକେଟ୍ ମ୍ୟାଚ୍ ରେ ପ୍ରାୟତଃ ହିନ୍ଦୀ କିମ୍ବା ଇଂରାଜୀରେ କମେଣ୍ଟ୍ରି ହୋଇଥାଏ । କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହେବେ । କୌଣସି ଏକ ସ୍ଥାନରେ କ୍ରିକେଟ ମ୍ୟାଚ୍ ଚାଲୁଥିବାବେଳେ ଏଠାରେ ସମ୍ପୂର୍ଣ୍ଣ ସଂସ୍କୃତ ଭାଷାରେ କମେଣ୍ଟ୍ରି ଚାଲିଛି । ଏଠାରେ ଜଣେ ବାଳକ ପୁରା ସଂସ୍କୃତ ଭାଷାରେ କମେଣ୍ଟ୍ରି କରୁଛନ୍ତି । ଯାହାକି ବେଶ୍ ମଜାଦାର ।
ସାହିପଡୋଶୀର ପିଲାମାନେ ସାଥୀ ହୋଇ ମ୍ୟାଚ୍ ଖେଳୁଛନ୍ତି । କିନ୍ତୁ ଏହି ମ୍ୟାଚ୍ରେ ଗୋଟିଏ ପଟେ ମ୍ୟାଚ୍ ଚାଲିଥିବା ବେଳେ ଖେଳୁଥିବା ବାଳକଟି ହିଁ କମେଣ୍ଟ୍ରି କରୁଛି । ପୁରା ପ୍ରାଞ୍ଜଳ ଭାବେ ସଂସ୍କୃତ ଭାଷାରେ କମେଣ୍ଟ୍ରି କରିପାରୁଛି । ଯାହାର ଭିଡିଓ ଏକ ଜାତୀୟ ଗଣମାଧ୍ୟମ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଦୁଇ ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ଢେର୍ ସାରା ଲୋକ ଦେଖିସାରିଲେଣି ।
Powered by Froala Editor