ସିଙ୍ଗଡାର ଦାମ ୧୨୦ ଟଙ୍କା
ଏବେ ଖାଦ୍ୟପାନୀୟ ନୂଆ ରୂପ ନେଇ ବିକ୍ରି ହେଉଛି । ସିଙ୍ଗଡାର ଏକ ନୂଆ ରଙ୍ଗ, ସ୍ୱାଦ ଦେଖିବାକୁ ମିଳିଛି । ଦିଲ୍ଲୀରେ ସିଙ୍ଗଡା ପେଣ୍ଠସ୍ଥଳୀ ଭାବେ ସମୋସା ହବ ଜଣାଯାଏ । ବିଭିନ୍ନ ପ୍ରକାର ପୁରଦିଆ ହୋଇଥିବା ସିଙ୍ଗଡା ଏହି ଦୋକାନରେ ମିଳେ । ଦିଲ୍ଲୀ ଆସୁଥିବା ପର୍ଯ୍ୟଟକମାନେ ସିଙ୍ଗଡା ଖାଇବା ପାଇଁ ସେଠାରେ ଭିଡ ଲଗାଇଥାନ୍ତି । ଦଶହରା ଓ ଦୀପାବଳୀ ପାଇଁ ଏହି ଦୋକାନ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ଭଲ ବେପାରକୁ ନଜରରେ ରଖି ଗୋଲାପି ଓ ନୀଳ ରଙ୍ଗର ସିଙ୍ଗଡା ପ୍ରସ୍ତୁତ କରିଛନ୍ତି । ଷ୍ଟ୍ରବେରୀ,ବ୍ଲୁବେରୀ ଫଳକୁ ସିଙ୍ଗଡା ଘୋଳରେ ନିଶାଇ ଏମିତି ରଙ୍ଗରେ ସିଙ୍ଗଡା ପ୍ରସ୍ତୁତ କରଛନ୍ତି । ଗୋଟିଏ ପ୍ଳାଟ ସିଙ୍ଗଡା ଦାମ ୯୦ ଟଙ୍କା ସେଥିରେ ଦୁଇଟି ଗୋଲାପି ରଙ୍ଗର ସିଙ୍ଗଡା ରହୁଛି । ନୀଳ ରଙ୍ଗର ସିଙ୍ଗଡାର ଦାମ ୧୨୦ ଟଙ୍କା । ନୂଆ ରଙ୍ଗ ଓ ସ୍ୱାଦରେ ତିଆରି ଏହି ସିଙ୍ଗଡାକୁ ଖାଇବା ପାଇଁ ଗ୍ରାହକଙ୍କ ଭିଡ ବଢିବାରେ ଲାଗିଛି ।
Powered by Froala Editor