ରେପୋ ରେଟ ବଢାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ, ବୃଦ୍ଧି ହେବ ସୁଧହାର

ନୂଆଦିଲ୍ଲୀ: ପୁଣି ଥରେ ରେପୋ ରେଟ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ସେଣ୍ଟ୍ରାଲ୍ ବ୍ୟାଙ୍କ ୫୦ ବିପିଏସ୍ ତତଶ ଶୂନ୍ୟ ଦଶିମକ ୫ ପ୍ରତିଶତ ରେପୋ ରେଟ ବଢାଇବା ପରେ ସୁଧ ହାର ୫ ଦଶମିକ ୯ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ସୁଧ ହାର ୫ ଦଶମିକ ୪ ପ୍ରତିଶତ ଥିଲା ୫୦ ବିପିଏସ୍ ବଢିବା ପରେ ଏହା ୫ ଦଶମିକ ୯ ପ୍ରତିଶତ ଛୁଇଛି ।
ମେ ମାସରୁ ଏପର୍ୟ୍ୟନ୍ତ ଲଗାତାର ୪ ଥର ରେପୋ ରେଟ ବଢିଲାଣି । ଗତ ମେ ମାସରେ ୪୦ ବିପିଏସ୍ ରେପୋ ରେଟ ବଢାଇଥିଲା । ଏହା ପରେ ଜୁନ୍ ଏବଂ ଅଗଷ୍ଟ ମାସରେ ୫୦ ବିପିଏସ ଲେଖାଏ ରେପୋ ରେଟ ବଢାଯାଇଥିଲା । କହିରଖୁଛୁ ରେପ ରେଟ ହେଉଛି ସୁଧ ହାର ଯାହା ସେଂଟ୍ରାଲ ବ୍ୟାଙ୍କ, ବ୍ୟବସାୟିକ ତଥା ଘରୋଇ ବ୍ୟାଙ୍କ ଗୁଡିକୁ ଦେଇଥାଏ । ତେବେ ରେପୋ ରେଟ ବଢିବା ପରେ ପୁଣି ଇଏମଆଇ ହାର ବଢିବ ବୋଲି କୁହାଯାଉଛି ।
Powered by Froala Editor