ଯୁକ୍ତ ୨ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା ବିଭାଗରେ ପାସ୍ହାର ସର୍ବାଧିକ ୯୩.୧୫% ହୋଇଥିବା ବେଳେ ବିଜ୍ଞାନରେ ୮୮%, ବାଣିଜ୍ୟରେ ୮୧.୯୬% ଓ ଧନ୍ଦାମୂଳକ ବିଭାଗରେ ୯୦% ହୋଇଛି।
ଯୁକ୍ତ୨ କଳାରେ ୯୨୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮୫୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ଦେଇଥିବା ୩୮୨ ଛାତ୍ରଙ୍କ ମଧ୍ୟରୁ ୩୫୦ଜଣ ପାସ୍ କରିଥିବା ବେଳେ ୫୩୯ଜଣ ଛାତ୍ରୀଙ୍କ ମଧ୍ୟରୁ ୫୦୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧୩୪, ଦ୍ବିତୀୟ ଶ୍ରେଣୀରେ ୨୩୬, ତୃତୀୟ ଶ୍ରେଣୀରେ ୪୮୮ଜଣ ପାସ୍ କରିଛନ୍ତି। ୯ଟି କଲେଜର ଶତ ପ୍ରତିଶତ ଫଳ ହୋଇଛି। ବିଜ୍ଞାନରେ ପରୀକ୍ଷା ଦେଇଥିବା ୧୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୦ଜଣ ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୭୬ଜଣ ଛାତ୍ରଙ୍କ ମଧ୍ୟରୁ ୬୪ଜଣ ପାସ୍ କରିଛନ୍ତି। ୪୯ଜଣ ଛାତ୍ରୀଙ୍କ ମଧ୍ୟରୁ ୪୬ଜଣ କୃତକାର୍ୟ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୬, ଦ୍ବିତୀୟ ଶ୍ରେଣୀରେ ୩୧, ତୃତୀୟ ଶ୍ରେଣୀରେ ୪୨ଜଣ ପାସ୍ କରିଛନ୍ତି। ୧୩ଟି କଲେଜର ଶତ ପ୍ରତିଶତ ଫଳ ହୋଇଛି।
ବାଣିଜ୍ୟରେ ୬୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦ଜଣ ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୪୧ଜଣ ଛାତ୍ରଙ୍କ ମଧ୍ୟରୁ ୩୩ଜଣ ଏବଂ ୨୦ଜଣ ଛାତ୍ରୀଙ୍କ ମଧ୍ୟରୁ ୧୭ଜଣ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୭, ଦ୍ବିତୀୟ ଶ୍ରେଣୀରେ ୧୭, ତୃତୀୟ ଶ୍ରେଣୀରେ ୨୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯ଟି କଲେଜର ଶତ ପ୍ରତିଶତ ଓ ଦୁଇଟିରେ କେହି ପାସ୍ କରିନାହାନ୍ତି। ଧନ୍ଦାମୂଳକରେ ପରୀକ୍ଷା ଦେଇଥିବା ୮୦ ଜଣଙ୍କ ମଧ୍ୟରୁ ୭୨ଜଣ ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୩୯ଜଣ ଛାତ୍ରଙ୍କ ମଧ୍ୟରୁ ୩୫ଜଣ ପାସ୍ କରିଥିବା ବେଳେ ୪୧ଜଣ ଛାତ୍ରୀଙ୍କ ମଧ୍ୟରୁ ୩୭ଜଣ କୃତକାର୍ୟ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧୪, ଦ୍ବିତୀୟ ଶ୍ରେଣୀରେ ୩୬, ତୃତୀୟ ଶ୍ରେଣୀରେ ୨୦ଜଣ ପାସ୍ କରିଛନ୍ତି। ୨୦ଟି କଲେଜର ଶତ ପ୍ରତିଶତ ଫଳ ହୋଇଛି। ଦୁଇଟି କଲେଜରେ କେହି ପାସ୍ କରିନାହାନ୍ତି।
Powered by Froala Editor