ଭିଜିଲାନ୍ସ ଜାଲରେ ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ

ଭଞ୍ଜନଗର : ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପ ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଚଢାଉ ଚାଲିଛି।
ସୂଚନାନୁଯାୟୀ, ଶୁକ୍ରବାର ଭୋରରୁ ବିଷ୍ଣୁ ଚରଣ ସାହୁଙ୍କ ଅଫିସ୍, କ୍ଵାଟର୍ସ, ପୈତୃକ ଘର ଆଦି ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସ୍ପି, ୯ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ସେ ଅନେକ କୋଠା, ଜମି ସହ ବହୁ ପରିମାଣର ଅସ୍ଥାବର ସମ୍ପତ୍ତି ତଥା ଅଳଙ୍କାର, ଯାନବାହାନର ମାଲିକ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସର୍ଚ୍ଚ ଓ୍ବାରେଣ୍ଟ ବଳରେ ତନାଘନା ଆରମ୍ଭ ହୋଇଛି।
Powered by Froala Editor