ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ
ଭଦ୍ରକ : ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ସାଳନ୍ଦୀ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଆବାସରେ ଭିଜିଲାନ୍ସ ଚଢ଼ାଉ କରିଛି। ଲାଞ୍ଚ ଟଙ୍କା ଭିଣୋଇଙ୍କୁ ଦେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ୫ ଲକ୍ଷରୁ ଅଧିକ ଟଙ୍କା ଜବତ।
ସୂଚନା ଅନୁଯାୟୀ, ଭଦ୍ରକ ସହରର ପୋଷ୍ଟ ଅଫିସ୍ ଛକ ନିକଟ ସରକାରୀ ବାସଭବନ ବାହାରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଜଣେ ଠିକାଦାରଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ସେ ୫ ଲକ୍ଷ ଟଙ୍କା ନେଉଥିବା ସୂଚନା ମିଳିଥିବା ବେଳେ କେଉଁ କାରଣ ଓ କାହା ନିକଟରୁ ଟଙ୍କା ନେଉଥିଲେ ସେ ନେଇ ଭିଜିଲାନ୍ସ ସ୍ପଷ୍ଠ ସୂଚନା ଦେଇ ନାହିଁ । ତେବେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ରେଡ୍ କରିଥିବା ସୂଚନା ମିଳିଛି । ଶ୍ରୀମନ୍ତଙ୍କ ସରକାରୀ ବାସଭବନରେ ଯାଞ୍ଚ୍ ସହ ଟଙ୍କା ଗଣତି କରାଯାଉଛି । ଭଦ୍ରକ ସ୍ଥିତି ସରକାରୀ ବାସଭବନ ସହ , ବାଇପାସ ସ୍ଥିତ କାର୍ୟ୍ୟାଳୟ , ଶ୍ୱଶୁର ଘର ଓ ଖାଇରା ସ୍ଥିତ ଘରେ ରେଡ଼ ହେଉଥିବା ସୂଚନା ମିଳିଛି ।
Powered by Froala Editor