ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦର ବାହାରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନଡ୍ଡା ଜନତା ମଇଦାନରେ ଦଳୀୟ କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ୨୦୨୪ ନିର୍ବାଚନରେ ଦଳ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହେବ। କେଉଁ ପ୍ରସଙ୍ଗକୁ ଦଳ ଅସ୍ତ୍ର କରି ନିର୍ବାଚନ ରଣକ୍ଷେତ୍ରରେ ଓହ୍ଲାଇବ । ଏହାକୁ ନେଇ ଦଳୀୟ ନେତାଙ୍କୁ ନଡ୍ଡା ମାନସ ମନ୍ଥନ କରିବେ । ରାଜ୍ୟର ସବୁ ପଞ୍ଚାୟତରୁ କର୍ମୀମାନେ ଆସିବେ ବୋଲି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀ କହିଛନ୍ତି।ଏହାକୁ ନେଇ ଗତକାଲି(ବୁଧବାର) ଜନତା ମଇଦାନରେ ହେବାକୁ ଥିବା ସଭାସ୍ଥଳୀକୁ ବୁଲି ଦେଖିଛନ୍ତି ପୁରନ୍ଦଶ୍ୱରୀ । ୨୦୨୪ ରେ ଦୁଇ ପାକ୍ଷିକ ଲଢେଇ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ରାଜ୍ୟବାସୀ ବିଜେପିକୁ ଓଡ଼ିଶାରେ ବିରୋଧୀ ଦଳ ଭୂମିକାରେ ବସାଇଛନ୍ତି । ସେଥିପାଇଁ ବିଜେପି ଲଢେଇ କରିବା ପାଇଁ ପ୍ରସ୍ତୁତ । ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସେହି କ୍ରମରେ ଓଡିଶା ଗସ୍ତରେ ଆସୁଛନ୍ତି । ଭାରତୀୟ ଜନତା ପାର୍ଟିର ହେବ ସାଙ୍ଗଠନିକ ବୈଠକ। ତାକୁ ନେଇ ଦଳୀୟ କାର୍ୟ୍ୟକତା ବେଶ ଉତ୍ସାହିତ। ଜନତା ମଇଦାନରେ ଦୁଇ ଦିନ ଧରି ଦଳର ପଞ୍ଚାୟତ ସ୍ତରର ନେତାଙ୍କ ଏବଂ ଛାମୁଆ ସଙ୍ଗଠକଙ୍କ ସହ ଆଲୋଚନା ହେବ ।
Powered by Froala Editor