କୌଣସି ପୁରୁଷ ନୁହେଁ, ମଶାଲ ଓ ଝୁଣା ଧରି ମା’ଙ୍କୁ ସ୍ୱାଗତ କଲେ ମହିଳା
ବର୍ଷ ବର୍ଷ ଧରି ଦେବୀଙ୍କ ପୂଜା ପୁରୁଷ ପୂଜାରୀ କରି ଆସୁଥିବାର ପରମ୍ପରା ଭାଙ୍ଗିଛି ।ଚଳିତବର୍ଷ କଲିକତାର ଏକ ପୂଜା କମିଟି ସେ ନିୟମକୁ ଭଙ୍ଗ କରି ମାଆଙ୍କ ଆରାଧନା ପାଇଁ ମହିଳା ପୂଜକଙ୍କୁ ସାମିଲ୍ କରିଥିବା ସୂଚନା ରହିଛି। ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମଙ୍ଗର ଏକ ପୂଜା ପେଣ୍ଡାଲରୁ ଏହି ଚିତ୍ର ସାମ୍ନାକୁ ଆସିଛି।
କୋଲକାତାର ପାଲି ଯୁବକ ବୃନ୍ଦ ପେଣ୍ଡାଲ୍ରେ ମହିଳାମାନଙ୍କର ଏକ ଗୋଷ୍ଠୀ ମଶାଲ ଏବଂ ଟର୍ଚ ଧରି ଶୋଭାଯାତ୍ରାରେ ଯାଇ ମାଆଙ୍କ ପ୍ରତିମାକୁ ସ୍ଥାପନ କରିଛନ୍ତି। ଏହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର ହୋଇଛି । ସେଥିରେ ଦେଖିବାକୁ ମିଳିଛି ଯେ କିଛି ମହିଳା ପାରମ୍ପରିକ ଶାଢ଼ି ପରିଧାର କରି ଧୁନୁଚି ନୃତ୍ୟ ପ୍ରଦର୍ଶନ କରି ମାଆ ଦୁର୍ଗାଙ୍କୁ ପେଣ୍ଡାଲରେ ନେଇ ସ୍ଥାପନା କରିଛନ୍ତି।
ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଠାରେ ମହିଳା ଗୋଷ୍ଠୀ ଏକାଠି ହୋଇ ମଶାଲ ଶୋଭାଯାତ୍ରା କରି ଏକ ଭିନ୍ନ ଢଙ୍ଗରେ ମା’ଙ୍କୁ ସ୍ୱାଗତ କରିଥିଲେ। ମହିଳା ମାନେ ବାଦ୍ୟ ବଜାଇବା ସାଙ୍ଗକୁ ଓ ପାତ୍ରରେ ଝୁଣା ଲଗାଇ ମା’ଙ୍କୁ ଆବାହନ କରିଥିଲେ। ଝୁଣା ଲଗାଇ ମହିଳାମାନେ ନୃତ୍ୟ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି।
Powered by Froala Editor