ଭଦୋଦରା ରେଳ ଷ୍ଟେଶନ୍ ମାମଲାରେ ଶାହରୁଖ ଖାନ୍ଙ୍କୁ ଆଶ୍ୱସ୍ତି
ସୁପରଷ୍ଟାର ଶାହରୁଖ ଖାନ୍ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ୨୦୧୭ରେ ଭଦୋଦରା ରେଳ ଷ୍ଟେଶନ୍ରେ ଗହଳି ଜମାଇବା ମାମଲାରେ ଗୁଜରାଟ ହାଇକୋର୍ଟ ନେଇଥିବା ନିଷ୍ପତ୍ତିରେ ସୁପ୍ରମିକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସୋମବାର ଜଷ୍ଟିସ୍ ଅଜୟ ରସ୍ତୋଗି, ଜଷ୍ଟିସ୍ ସି.ଟି.ରବି କୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ଗୁଜରାଟ ହାଇକୋର୍ଟ ମଧ୍ୟ ଅଭିନେତାଙ୍କ ସହ ଜଡିତ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ । ହାଇକୋର୍ଟଙ୍କ ରାୟକୁ ସୁପ୍ରମିକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲ ୨୭ରେ ଗୁଜରାଟ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଶାହରୁଖଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲାକୁ କୋର୍ଟଙ୍କ ପକ୍ଷରୁ ଖାରଜ କରାଯାଇଥିଲା।
୨୦୧୭ରେ ଫିଲ୍ମ 'ରଇଜ୍'ର ପ୍ରମୋଶନ୍ ପାଇଁ ଶାହରୁଖ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍କୁ ବୁକ୍ କରିଥିଲେ। ଶାହରୁଖ ପ୍ରଡକ୍ସନ୍ ଟିମ୍ ସହ ଯାତ୍ରା କରୁଥିବା ବେଳେ ଭଦୋଦରା ରେଳଷ୍ଟେଶନରେ ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼ ଦେଖି ଶାହରୁଖ ଲୋକଙ୍କ ଆଡ଼କୁ ଟିସର୍ଟ ଓ ସ୍ମାଇଲ୍ ବଲ୍ ଫୋପାଡ଼ିବା ଯୋଗୁ ରେଳଷ୍ଟେନରେ ଅଧିକ ଗହଳି ହୋଇଯାଇଥିବା ଅଭିଯୋଗକାରୀ ଜିତେନ୍ଦ୍ର ମଧୁଭାଇ ସୋଲାଙ୍କ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ।
ଏହି ଯାଚିକାରେ ଆବେଦନକାରୀ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ । ଅଭିନେତାଙ୍କ ବିରୋଧରେ ଦାଖଲ ଅଭିଯୋଗକୁ ରଦ୍ଦ କରିବା ପାଇଁ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରା ପାରିତ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ । ନିଜର ରାୟରେ ଗୁଜରାଟ ହାଇକୋର୍ଟ କହିଥିଲେ, ଶାହରୁଖ ଖାନଙ୍କ ଦ୍ୱାରା କାମକୁ ଅବହେଳା କୁହାଯାଇ ପାରିବ ନାହିଁ ।
Powered by Froala Editor