ଫାଙ୍କା ଗୁଳି ଚାଳନା ଶୁଣି ଛାତରୁ ଖସି ପଡ଼ିଲେ ଯୁବକ

ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ ଅଜବ ଘଟଣା ଘଟିଛି । କେହି ଫାଙ୍କା ଗୁଳି ଚାଳନା କରିବାରୁ ଜଣେ ଯୁବକ ଛାତ ଉପରୁ ଖସିପଡି ଗୁରୁତର ହୋଇଛି ।
ଖବର ଅନୁଯାୟୀ, ଗଣେଶ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଯାହାକୁ ଆଧାର କରି ରବିବାର ଦିନ କାଙ୍କଡ଼ପାଳ ଗାଁରେ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଏହାପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଦୁର୍ବୃତ୍ତ । ତେବେ ଏହି ଫାଙ୍କା ଗୁଳି ଚାଳନାରେ ଜଣେ ଯୁବକ ଛାତ ଉପରେ ଥିବା ବେଳେ ଗୁଳି ଶବ୍ଧ ଶୁଣି ଛାତରୁ ପଡିଯାଇଥିଲେ । ଯାହାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor