ଦିନ ତମାମ ଉତ୍ପାତ କଲେ ୨୨ ଟିକିଆ ହାତୀ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ବନଖଣ୍ଡ ଅଧିନର ରାଇକଳା ବିଟରେ ୨୨ ଟିକିଆ ହାତୀ ପଲ ଦିନ ତମାମ ଉତ୍ପାତ ଜାରି ରଖିଛନ୍ତି। ହାତୀକୁ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ଦେଉଥିଲେ ମଧ୍ୟ ହାତୀ ଗୁଡ଼ିକ ଚାଷ ଜମି ଉପରେ ମାଡି ଯାଉଛନ୍ତି। ଯାହାଫଳରେ ଚାଷୀଙ୍କ କ୍ଷତି ଗ୍ରସ୍ତ ହେଉଛନ୍ତି। ବିଶେଷ ମାତ୍ରାରେ ଚାଷ କିପରି ନଷ୍ଟ ନହେବ ସେଥିପାଇଁ ବନ ବିଭାଗ ହାତୀଙ୍କ ଉପରେ ତୀକ୍ଷଣ ନଜର ରହିଛି ବୋଲି ପଳାଶପଙ୍ଗା ଫରେଷ୍ଟର ଜ୍ୟୋସ୍ନାରାଣୀ ବେହେରା ସୁଚନା ଦେଇଛନ୍ତି।
Powered by Froala Editor