ବୁଡ଼ ପକାଉଥିଲେ ତୀର୍ଥଯାତ୍ରୀ, ମୋବାଇଲ ଓ ଟଙ୍କା ନେଇଗଲେ ଚୋର

କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ପରମେଶ୍ୱର ଶିବ ମନ୍ଦିର ସନ୍ନିକଟ ଅନୁସୟା ଘାଟରେ ତୀର୍ଥଯାତ୍ରୀଙ୍କ ଠାରୁ ଲୁଟ୍ ହୋଇଛି । ରବିବାର ସକାଳେ ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲାରୁ ଆସିଥିବା କେତେକ ତୀର୍ଥ ଯାତ୍ରୀ ବୂଡ଼ ପକାଉଥିବା ବେଳେ ଦୁର୍ବୃତ୍ତ ମାନେ ୨ ଟି ମୋବାଇଲ ଫୋନ ସହ ନଗଦ ୬୦ ହଜାର ଟଙ୍କା ଚୋରି କରି ନେଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଯେ ଆଜି ସକାଳୁ ଛତିଶଗଡ଼ରୁ ଆସିଥିବା ତୀର୍ଥ ଯାତ୍ରୀ ମାନେ ୪ ଧାମ ପରିଭ୍ରମଣ ବେଳେ ପୁରୀ ଯିବା ବେଳେ ପାଟଣା ବୈତରଣୀ ନଦୀରେ ବୁଡ ପକାଇବାକୁ ରହିଥିଲେ । ଏନେଇ ପାଟଣା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଘଟଣାର ସତ୍ୟା ସତ୍ୟ ନେଇ ପାଟଣା ଥାନା ଏସ ଆଇ ମନୋରମା ସ୍ୱାଇଁ ଅଭିଯୋଗ କାରୀଙ୍କୁ ତଦନ୍ତରେ ଏଠାରେ ରହି ସହଯୋଗ କରିବା ପାଇଁ କହିବାରୁ ସେମାନେ ଏଠାରେ ରହିପାରିବେ ନାହିଁ ବୋଲି କହିଥିଲେ। ଫଳରେ ଅଧିକ ତଦନ୍ତ ବଢି ପାରି ନଥିବା ସୂଚନା ମିଳିଛି।
Powered by Froala Editor