ନାଉ କିଆରୀରୁ ଅଢେଇ ଲକ୍ଷର ଗଞ୍ଜେଇ ଜବତ
ନାଉ କିଆରୀରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଢେଙ୍କାନାଳ ଅବକାରୀ ସ୍କ୍ୱାଡ୍ ରାସୋଳ ଥାନା ଅନ୍ତର୍ଗତ ନାଉ କିଆରୀ ଗାଁରେ ଚଢଉ କରିଥିବାବେଳେ ଅଢେଇ ଲକ୍ଷର ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ନାଉ କିଆରୀ ଗ୍ରାମର ରିଙ୍କୁ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଛନ୍ତି ଅବକାରୀ ନିରୀକ୍ଷକ ।
ରିଙ୍କୁଙ୍କ ଘରୁ ୫୦କେଜିର ଦୁଇ ବସ୍ତା ଗଞ୍ଜାଇ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ସ୍କ୍ୱାଡ୍ । ଏହି ଗଞ୍ଜାଇ ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଆସି ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।
Powered by Froala Editor