ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ
ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ହରଡାପଗୁଡା ଗ୍ରାମରେ ସ୍ତ୍ରୀ ଓ ୭ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ।
ମିଳିଥିବା ସୂଚନାନୁସାରେ, ଆଜି ସକାଳୁ କୌଣସି କାରଣରୁ ହରଡାପୁଟ ଗ୍ରାମର ଧବୁଲୁ ମୁଦୁଲି ନାମକ ବ୍ୟକ୍ତି ଘରେ ଝଗଡ଼ା କରିଥିଲେ। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ଶେଷରେ ନିଜ ସ୍ତ୍ରୀ ଓ ପିଲାକୁ ବି ଛାଡ଼ିନଥିଲା। ପ୍ରଥମେ ସ୍ତ୍ରୀ ଓ ପରେ ପୁଅକୁ ହତ୍ୟା କଲା ସ୍ବାମୀ । ବାଦ୍ ପଡ଼ିନଥିଲା ପୁଣି ତିନି ବର୍ଷର ଝିଅ। କୁନି ଝିଅକୁ ମାରିବାକୁ ଯିବା ସମୟରେ ଗାଁ ଲୋକେ କାବୁ କରି ବାନ୍ଧି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଧବୁଲୁକୁ ଗିରଫ କରିଛନ୍ତି ।
Powered by Froala Editor