ହଳଦୀରେ ବିଦେଶିନୀଙ୍କ ରୂପଚର୍ଯ୍ୟା
କେବଳ ଭାରତୀୟ ନୁହନ୍ତି, ବିଦେଶୀମାନେ ମଧ୍ୟ ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ହଳଦୀ ବ୍ୟବହାର କରନ୍ତି । ଗଲା ସପ୍ତାହରୁ ଇନଷ୍ଟାଗ୍ରାମରେ ଜଣେ ବିଦେଶିନୀଙ୍କ ଫଟୋ ବାରମ୍ବାର ଶେୟାର ହେଉଛି । ଜର୍ମାନୀ ଷ୍ଟୁଗାର୍ଟ ବାସିନ୍ଦା ଆଣ୍ଡ୍ରିଆନା କ୍ରିସଜେନିକ । ବୟସ ତାଙ୍କୁ ୪୦ ହେଲେ ତାଙ୍କୁ ଦେଖିଲେ ଯେ କେହି କହିବ ଅତିବେଶୀରେ ସେ ୨୦-୨୨ବର୍ଷ ବୟସର ଯୁବତୀ । ଆଣ୍ଡି୍ରଆନାଙ୍କ ଫଟୋ ଓ ବୟସ କଥା ସେଠିକା ଜାତୀୟସ୍ତରରେ ମୁଖ୍ୟ ଖବର ଭାବେ ପ୍ରସାରିତ ହେଉଛି ।
ଗଣମାଧ୍ୟମ ତାଙ୍କୁ ସୌନ୍ଦର୍ଯ୍ୟର ରହସ୍ୟ ପଚାରିବା ପରେ ସେ ନିଜ ରୂପଚର୍ଯ୍ୟା ବିଷୟରେ କହିଥିଲେ । ୧୨ବର୍ଷ ବୟସରୁ ସେ ପ୍ରତିଦିନ ତାଙ୍କ ତ୍ୱଚାରେ ହଳଦୀ ଓ ଦହି ମିଶ୍ରଣ ଲାଗାଇ ଆସୁଛନ୍ତି । ସେ ତାଙ୍କ ଘର ପାଖ ଭାରତୀୟ ଷ୍ଟୋରରୁ ହଳଦୀ କିଣନ୍ତି । ପିଲାଦିନେ ତାଙ୍କ ଘରପାଖେ ଜଣେ ଭାରତୀୟ ମହିଳା ରହୁଥିଲେ । ସେହି ମହିଳା ଓ ଆଣ୍ଡ୍ରିଆନାଙ୍କ ପରିବାର ଖୁବ୍ ଘନିଷ୍ଠ ଥିଲେ । ଭାରତୀୟ ମହିଳାଙ୍କ ରୂପଚର୍ଯ୍ୟା ସେ ପିଲାଦିନୁ ଦେଖିଆସୁଥିଲେ । ହଳଦୀର ବାସ୍ନା ତାଙ୍କୁ ଖୁବ୍ ଭଲ ଲାଗିଲା । ସେ ମଧ୍ୟ ନିଜ ତ୍ୱଚାରେ ଲଗାଇ ଏହାର ଉପକାରିତା ଜାଣିଲେ । ପାଖାପାଖି ୨୫ ବର୍ଷ ଧରି ସେ ହଳଦୀ-ଦହି ପ୍ୟାକ ଲଗାଇ ଆସୁଛନ୍ତି । ଏହାର ଫଳାଫଳ ସମସ୍ତଙ୍କ ସାମ୍ନାରେ ବୋଲି ହସିହସି କହିଛନ୍ତି ଆଣ୍ଡ୍ରିଆନା ।
Powered by Froala Editor