ରାଜ୍ୟରେ ୧୨ ହଜାର ୩୯୦ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର :ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୨ ହଜାର ୩୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୪୫୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ୨୨୦୧ ଜଣ, ସୁନ୍ଦରଗଡ଼ରୁ ୮୮୨ ଜଣ, କଟକରୁ ୭୧୯ ଜଣ, ସମ୍ବଲପୁରରୁ ୬୭୭ ଜଣ, ଅନୁଗୁଳରୁ ୫୩୨ ଜଣ, ଭଦ୍ରକରୁ ୫୦୭ ଜଣ,ମୟୂରଭଞ୍ଜରୁ ୪୮୦ ଜଣ,ପୁରୀରୁ ୪୬୯ ଜଣ, ବଲାଙ୍ଗୀରରୁ ୪୬୧ ଜଣ,ଯାଜପୁରରୁ ୪୩୬ ଜଣ, ଝାରସୁଗୁଡ଼ାରୁ ୪୧୩ ଜଣ, ଭଦ୍ରକରୁ ୪୧୨ ଜଣ, ଗଞ୍ଜାମରୁ ୩୮୭ ଜଣ, ନବରଙ୍ଗପୁରରୁ ୩୬୨ ଜଣ, ନୟାଗଡ଼ରୁ ୩୦୧ ଜଣ,ଜଗତସିଂହପୁରରୁ ୨୫୯ ଜଣ,କୋରାପୁଟରୁ ୨୪୬ ଜଣ, ବୌଦ୍ଧରୁ ୨୨୮ ଜଣ, କଳାହାଣ୍ଡିରୁ ୨୧୦ ଜଣ,କେନ୍ଦୁଝରରୁ ୨୦୮ ଜଣ, ନୂଆପଡ଼ାରୁ ୨୦୪ ଜଣ, ରାୟଗଡ଼ାରୁ ୧୮୭ ଜଣ, ସୋନପୁରରୁ ୧୭୮ ଜଣ, ଢ଼େଙ୍କାନାଳରୁ ୧୭୪ ଜଣ, କେନ୍ଦ୍ରାପଡ଼ାରୁ ୧୩୭ ଜଣ, ଗଜପତିରୁ ୧୧୫ ଜଣ, ଦେବଗଡ଼ରୁ ୧୦୮ ଜଣ,ମାଲକାନଗିରିରୁ ୧୦୩ ଜଣ, କନ୍ଧମାଳରୁ ୧୦୨ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୩୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫ ଲକ୍ଷ ୮୮ ହଜାର ୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧ଲକ୍ଷ ୪ ହଜାର ୦୧୬ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୪ ଲକ୍ଷ ୮୨ ହଜାର ୨୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୨୫୧ ଜଣଙ୍କର ମୃତ୍ୟୁ ହୋଇଛି ।
Powered by Froala Editor