ଏମିତି କରନ୍ତୁ ଧନିଆ ଚଟଣୀ
ଧନିଆ ପତ୍ର, ତେନ୍ତୁଳୀ, ଲୁଣ, ତେଲ, ସୋରିଷ, ମେଥି, ଶୁଖିଲା ଲଙ୍କା, ହିଙ୍ଗୁ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ମେଥି ଏବଂ ଶୁ୍ଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହା ଫ୍ରାଏ ହେବାପରେ ସେଥିରେ ହିଙ୍ଗୁ, ଅଳ୍ପ ତେନ୍ତୁଳି , ଧନିଆ ପତ୍ର , ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ସେଥିରେ ଲୁଣ ପକାଇ ପୁଣି ଗ୍ରାଇଣ୍ଡିଂ କରିବେ । ତାପରେ ପୁଣି ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ ଏବଂ ଗ୍ରାଇଣ୍ଡିଂ କରି ରଖିଥିବା ମିଶ୍ରଣ ପକାଇ , ଭଲଭାବେ ମିକ୍ସ କରିବେ । କିଛି ସମୟ ଗୋଳାଇବା ପରେ ଗ୍ୟାସ୍ ବନ୍ଦ କରି , ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଧନିଆ ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।
Powered by Froala Editor