ଝାମ୍ପିଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ଯୁବକ
ପଟ୍ଟାମୁଣ୍ଡାଇ : ଶୌଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣୀ ନଦୀରୁ ଝାମ୍ପିଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଛି ଜୀବନ । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କ କଟକ ସ୍ଥାନାନ୍ତର । ଗୁରୁତର ହେଲେ ନିମପୁର ଗାଁର ବବୃ ବାହାନ ଭୂୟାଁ ।
ଘଟଣା ଅନୁଯାୟୀ ସକାଳେ ବବୃବାହାନ ବ୍ରାହ୍ମଣୀ ନଦୀ ନିମପୁର ପାଖକୁ ଶୌଚ ହେବାକୁ ଯାଇଥିଲେ । ହଠାତ ଏହି ସମୟରେ ପଛ ପଟୁ ଏକ କୁମ୍ଭୀର ଝାମ୍ପିଥିଲା ଓ ପାଣି ଭିତରକୁ ନେବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ନିଜ ବୁଦ୍ଧି ଖଟାଇ ଉପରକୁ ଚାଲିଆସିଥିଲେ । ତେବେ ତାଙ୍କୁ ଗଭୀର ଆଘାତ ଲାଗିଥିବାବେଳେ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
Powered by Froala Editor