ପୋଖରୀରେ ଭାସୁଛି ୩ ନବଜାତକଙ୍କ ମୃତଦେହ
ଢେଙ୍କାନାଳ: ଏକକାଳୀନ ପୋଖରୀରେ ଭାସୁଥିଲା ୩ଟି ନବଜାତକଙ୍କ ମୃତଦେହ । ଏପରି ଅଭାବନୀୟ ଘଟଣା ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁ ନିକଟ ନଟା ପୋଖରୀ କୂଳରେ ଦେଖିବାକୁ ମିଳିଛି।
ଆଜି ସକାଳେ କିଛି ଗ୍ରାମବାସୀ ପୋଖରୀ କୂଳକୁ ଯାଇଥିବା ବେଳେ ସେଠାରେ ୩ ନବଜାତକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାଦେଖି ଭୟଭୀତ ହୋଇ ପଡ଼ିଥିବା ଗ୍ରାମବାସୀ ତୁରନ୍ତ ପୁଲିସ୍କୁ ଯୋଗାଯୋଗ କରିଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ସମେତ ପାଖରେ ପଡ଼ିଥିବା ଶାଢୀ ପଣତ କାନି ଓ ଅନ୍ୟାନ ଜିନିଷ ଜବତ କରିଛି। ଶିଶୁ ୩ଟି କାହାର, ସେମାନଙ୍କର କିପରି ମୃତ୍ୟୁ ହେଲା, ମୃତ୍ୟୁ ପରେ କାହିଁକି ଏପରି ପରିତ୍ୟକ୍ତ ଭାବେ ଏହାକୁ ଫୋପଡ଼ା ଯାଇଛି ତାହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor