ତାଗିଦ ନମାନିବା ପଡ଼ିଲା ମହଙ୍ଗା, ଭାଙ୍ଗିଲା କିଶୋର ଭାଇନାଙ୍କ ଖାସି ମାଂସ ହୋଟେଲ
ଭୁବନେଶ୍ୱର: ତାଗିଦ ନମାନିବା ମହଙ୍ଗା ପଡ଼ିଲା । ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ମଟନ ଦୋକାନକୁ ଭାଙ୍ଗି ଦିଆଯାଇଛି । ବିଏମସି ପକ୍ଷରୁ ବୁଲଡୋଜର ଲଗାଇ ଉକ୍ତ ହୋଟେଲକୁ ଭାଙ୍ଗି ଦିଆଯାଇଛି ।
ଭୁବନେଶ୍ୱରରେ ପରିଚିତ କିଶୋର ଭାଇନାଙ୍କ ମାଂସ ହୋଟେଲକୁ ବୁଧବାର ଗତକାଲି ସିଲ୍ କରିଥିଲା ବିଏମସି। ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ବିଏମସି ଏପରି ନିଷ୍ପତ୍ତି ନେଇଥିବା ଟ୍ୱିଟି କରିଥିଲା। ହେଲେ ଗତକାଲି ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ଦୂରଦର୍ଶନ କେନ୍ଦ୍ର କଡ଼ରେ ଥିବା କିଶୋର ଭାଇନାଙ୍କ ହୋଟେଲ। ତେଣୁ ରାତାରାତି କିପରି ବିଏମସିର କଟକଣା ଉଠିଗଲା ନା ଏହା ପଛରେ ଆଉ କିଛି ଅଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ହୋଇଥିଲା ।
ସୂଚନାଯୋଗ୍ୟ, ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ହୋଟେଲ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ଖୁବ୍ ପ୍ରସିଦ୍ଧ। ଏଠାରେ ଦିନକୁ ୨୦୦ କେଜି ଖାସି ମାଂସ ରୋଷେଇ ହେଉଥିବା ବେଳେ ପ୍ରବଳ ଗହଳି ଜମେ। ତେଣୁ ଗ୍ରାହକଙ୍କ ମଧ୍ୟରେ କିଶୋର ଭାଇନାଙ୍କ କ୍ରେଜ୍ କାହିଁରେ କେତେ। ଆଜିକାଲି ଫୁଡ ବ୍ଳଗର ବିଭିନ୍ନ ସ୍ଥାନରେ ମିଳୁଥିବା ଭଲ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ସୋଶାଲ ମିଡିଆରେ ଛାଡ଼ୁଥିବା ବେଳେ କିଶୋର ଭାଇନାଙ୍କ ଉପରେ ମଧ୍ୟ ବହୁ ଭିଡିଓ ପ୍ରସ୍ତୁତ ହୋଇ ସାରିଛି।
ଏହା ମଧ୍ୟରେ ବୁଧବାର ବିଏମ୍ସି ଟିମ୍ ପକ୍ଷରୁ କିଶୋର ଭାଇନାଙ୍କ ହୋଟେଲ ପରେ ଚଢ଼ାଉ କରାଯାଇଥିଲା। ଖାଦ୍ୟରେ ମିଶୁଥିବା ରଙ୍ଗ, ସସ୍ର ଏକ୍ସପାୟାର ଡେଟ୍ ପଳାଇଥିବା ଚଢ଼ାଉ ସମୟରେ ଜଣାପଡ଼ିଲା। ଏପରିକି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଦେଖିବାକୁ ମିଳିଥିଲା। ଏଥିନିମନ୍ତେ ଏହାକୁ ସିଲ୍ କରାଯାଇଥିବା ନେଇ ବିଏମ୍ସି ପକ୍ଷରୁ ବୁଧବାର ଟ୍ୱିଟ କରାଯାଇଥିଲା। ଏଥିନିମନ୍ତେ ହୋଟେଲର ଫୁଡ୍ ରେଜିଷ୍ଟ୍ରେସନକୁ ବାତିଲ କରିବା ସହ ଫାଇନ୍ ବି ପଡ଼ିଥିଲା।
Powered by Froala Editor