ପହଁରା ଶିଖିଥିଲେ, ତଥାପି ବୁଡ଼ିଗଲେ ଏନ୍ସିସି ଛାତ୍ର
କଟକ କ୍ଳବ ସୁଇମିଂ ପୁଲରେ ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଏନସିସି ଛାତ୍ରଙ୍କ ଜୀବନ । ମୃତକ ହେଲେ କଟକ ସିଟି କଲେଜର ଛାତ୍ର ସ୍ୱପ୍ନେଶ୍ୱର ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ । ସେ NSM ସିଟି କଲେଜ ଛାତ୍ର। ସେ ଜଣେ ଏନସିସି କ୍ୟାଡେଟ ଥିଲେ।
ମିଳିଥିବା ସୂଚନା ମୁତାବକ ଏକ ଘରୋଇ ସଂସ୍ଥା ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ ସ୍ୱପ୍ନେଶ୍ୱର । ପହଁରା ସିଖୁଥିବା ସମୟରେ ସେ ବୁଡ଼ି ଯାଇଥିଲେ । ପାଣିରେ ବୁଡ଼ିଯିବା ଫଳରେ ଗୁରୁତର ହୋଇ ପଡ଼ିଥିଲେ ସ୍ବପ୍ନେଶ୍ବର । ପରେ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ସେଠାରେ ଥିବା କିଛି ଲୋକ କହିଛନ୍ତି ଆମେ ଜାଣିନାହୁଁ ପିଲାର କଣ ହୋଇଛି । କିନ୍ତୁ ତାଙ୍କର ପ୍ରଶୀକ୍ଷକ ମାନେ ଜଣେ ଛାତ୍ରକୁ ଟେକି ନେଇଥିବା ଆମେ ଦେଖିବାକୁ ପାଇଥିଲୁ । ପହଁରା ଜାଣିଥିଲେ ହେଁ ତାଙ୍କର ମୃତ୍ୟୁ କିପରି ହେଲା ତାହାକୁ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଘଟଣା ରହସ୍ୟ ଘେରକୁ ଆସିଛି।
ଛାତ୍ରଙ୍କ ପରିବାର ଓ ସମ୍ପର୍କିୟ ଲୋକେ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଦାବି କରିବା ସହ ପ୍ରଶିକ୍ଷଣ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଉପରେ ଦୋଷ ଦେଇଥିଲେ। ଖବର ପାଇ କ୍ୟାଣ୍ଟେନମେଣ୍ଟ ଓ ଦରଘା ବଜାର ଥାନା ଅଧିକାରୀ ଓ କଟକ ମେୟର ସୁବାସ ସିଂ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ବଡ଼ ମେଡ଼ିକାଲ ପଠେଇଛନ୍ତି।
Powered by Froala Editor