ଦେଶରେ ଦିନକରେ ୬୦୯୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କୋରୋନା ସଂକ୍ରମଣ । ବିଗତ କିଛି ଦିନ ହେଲା ଦୈନିକ ପିଜିଟିଭ ମାମଲା ୭ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୬,୦୯୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୬,୩୯୫ ଥିଲା । ଦେଶରେ ସଂକ୍ରମଣ କମୁଥିବା ବେଳେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୬,୭୬୮ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୯,୦୬,୯୭୨ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ ୫୦ ହଜାର ତଳକୁ ଖସିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୯,୬୩୬ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୯୩% ରହିଛି ଏବଂ ସାପ୍ତାହିକ ପଜିଟିଭ ହାର ୧.୮୮%କୁ ହ୍ରାସ ପାଇଛି । ଏବେ ସୁଦ୍ଧା ଦେଶରେ ୮୮.୮୭ କୋଟି କୋରୋନା ଟେଷ୍ଟିଂ କରାଯାଇଛି । ଗତ ୨୪ ଘଣ୍ଟାରେ ୩,୧୬,୫୦୪ ଟେଷ୍ଟିଂ ହୋଇଛି । ଆଜି ପର୍ୟ୍ୟନ୍ତ ୫,୨୮,୧୨୧ ହଜାର କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।
Powered by Froala Editor