ଶିଶୁ କନ୍ୟାକୁ ଧରାଇ ଦେଇ ବାପା ମା’ ଚମ୍ପଟ

ଉଦଳା: ଜଣେ ବ୍ୟକ୍ତିଙ୍କୁ ନିଜ ଶିଶୁ କନ୍ୟାକୁ ଧରାଇ ଦେଇ ବାପା ମା’ ଚମ୍ପଟ ମାରିବା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ନାଗପାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଶିଶୁ କନ୍ୟାକୁ ଧରିଥା’ ବୋଲି କହି ବାପା ମା’ ଛୁ’ ମାରିଛନ୍ତି । ଆଜି ସକାଳେ ଜଣେ ମହିଳା ଓ ଜଣେ ପୁରୁଷ ଶିଶୁ କନ୍ୟାକୁ ଧରି ନାଗପାଳ ଆସିଥିଲେ । ନିଜକୁ ଶିଶୁ କନ୍ୟାର ବାପା ଓ ମା’ ପରିଚୟ ଦେଇ ଛୁଆକୁ ଟିକେ ଧରିବାକୁ ଜଣେ ଲୋକଙ୍କୁ ଦେଇଥିଲେ । ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଶିଶୁ କନ୍ୟାକୁ ଧରିଥିଲେ । ତେବେ ଦୀର୍ଘ ସମୟ ଏପରିକି ୪ ଘଣ୍ଟା ଧରି ଶିଶୁ କନ୍ୟାକୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଧରି ଅପେକ୍ଷା କରିଥିଲେ ହେଁ ତା’ର ବାପା ଓ ମା’ ଆଉ ଆସିନଥିଲେ । ଫଳରେ ବାଧ୍ୟ ହୋଇ ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି ।
Powered by Froala Editor