ସ୍ତ୍ରୀକୁ ଗରମ ପାଣି ଛାଟିଦେଲା ଯୁବକ, ଏବେ ଜେଲ୍ରେ

ରାଗରେ ସ୍ତ୍ରୀକୁ ଗରମ ପାଣି ଛାଟି ଜେଲ୍ ଯାଇଛି ଜଣେ ଯୁବକ । ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରୀ ଥାନା ବ୍ରାହ୍ମଣୀପାଳ ଅଂଚଳରେ । ଦୈତାରୀ ପୁଲିସ ଅଭିଯୁକ୍ତ ସ୍ୱାମୀ ମନୋଜ ଚାନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସେପ୍ଟେମ୍ବର ମାସ ୨ ତାରିଖ ଦିନ ମନୋଜର ସ୍ତ୍ରୀ ଅନିତା ଚାନ୍ଦ ଭାତ ରୋଷେଇ କରିବା ପାଇଁ ପାଣି ବସାଇଥିଲା । ପାଣି ଗରମ ହୋଇଥିବାରୁ ଚାଉଳ ଲଗାଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ସମୟରେ କୌଣସି କାରଣକୁ ନେଇ ମନୋଜ ସେହି ଗରମ ପାଣିକୁ ଅନିତା ଉପରକୁ ଢାଳି ଦେଇଥିଲା । ଫଳରେ ଗରମ ପାଣି ଅନିତାଙ୍କ ବାମ ପାଶ୍ୱର୍ର ବାହୁ ସମେତ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ହୋଇଥିଲା । ଅନିତାଙ୍କୁ ତାଙ୍କ ପରିବାରବର୍ଗ କଟକ ବଡ ମେଡିକାଲ ନେଇଥିବା ବେଳେ ଗତକାଲି ରାତିରେ ସେ ଡାକ୍ତରଖାନାରୁ ଘରକୁ ଆସିବା ପରେ ଦୈତାରୀ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅନିତାଙ୍କ ଲିଖିତ ଅଭିଯୋଗ ଆଧାରରେ ଆଜି ଦୈତାରୀ ପୁଲିସ ମନୋଜକୁ କୋର୍ଟ ଚାଲାଣ କରିଛି ।
Powered by Froala Editor