ଝାରପଡ଼ା ଭିଡିଓ ଭାଇରାଲ ଏକ ଚକ୍ରାନ୍ତ: ଜେଲ ଡିଆଇଜି
ଭୁବନେଶ୍ୱର: ଝାରପଡ଼ା ଜେଲରେ କଏଦୀଙ୍କ ନାଚଗୀତ ଭିଡିଓ ଭାଇରାଲ ଘଟଣା ଏବେ ନୂଆ ମୋଡ଼ ନେଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବାବେଳେ ଏହାକୁ ଏକ ଚକ୍ରାନ୍ତ ବୋଲି କହିଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର । ଭିଡିଓଟି କେବେର ଜଣାପଡ଼ିନଥିବାବେଳେ ଏହାର ଅନୁସନ୍ଧାନ ଜାରି ରହିଛି ବୋଲି ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି । ଭିଡିଓଟି ବୋଧେ କରୋନା ପୂର୍ବବର୍ତ୍ତୀ ସମୟର ବୋଲି ସେ କହିଛନ୍ତି । ତେବେ ଅପରେସନ କ୍ଲିନକୁ ଡାଇଭର୍ଟ କରିବା ପାଇଁ ଏହା ଏକ ଚକ୍ରାନ୍ତହୋଇଥାଇପାରେ ବୋଲି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି । ଅନ୍ୟପକ୍ଷରେ ଆଜି ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟଧିରେନ୍ଦ୍ର ନାଥ ବାରିକଙ୍କୁ ରାଜ୍ୟ ସରକାର ବଲାଙ୍ଗିର ବଦଳି କରିଥିବା ଜଣାଯାଇଛି ।
ପ୍ରକାଶ ଯେ, ଏବେ ସୋସିଆଲ୍ ମିଡିଆରେ ୩ଟି ଭିଡିଓ ଘୂରି ବୁଲୁଛି । ଗୋଟିଏ ଭିଡିଓରୁ ଜଣା ପଡୁଛି ଜଣେ କଏଦୀଙ୍କଠାରୁ ଟଙ୍କା ନେଇ ଗଞ୍ଜେଇ ଯୋଗାଇ ଦେଉଛନ୍ତି ୱାର୍ଡର । ଅନ୍ୟ ଏକ ଭିଡିଓରେ ରହିଛି କିଛି କଏଦୀ ମିଶି ଡ୍ୟାନ୍ସ କରୁଛନ୍ତି । ୪ ମିଟିଟ୍ ୧୬ ସେକେଣ୍ଡର ତୃତୀୟ ଭିଡିଓରେ ରହିଛି ଭଜନ କାର୍ୟ୍ୟକ୍ରମ । ସେଥିରେ ଦେଖା ଯାଉଛି ଗଞ୍ଜେଇ ଦଳା ହୋଇ ଚିଲମରେ ପଶୁଛି । ତା’ପରେ ବେଧଡକ ଚାଲିଛି ଗଞ୍ଜେଇ ମାଡ । ୩ଟି ଭିଡିଓରୁ ସ୍ପଷ୍ଟ ଜଣା ପଡୁଛି ଜେଲ୍ର ସୁରକ୍ଷା ବ୍ୟବସ୍ଥା କେମିତି ରହିଛି । ଏଠି ପ୍ରଶ୍ନ ଉଠୁଛି ଜେଲ୍ କର୍ମଚାରୀ କଏଦୀମାନଙ୍କୁ ଉଲଗ୍ନ କରି ଯାଞ୍ଚ କରି ଜେଲ୍ ପଠାଉଛନ୍ତି । ହେଲେ ସ୍ମାର୍ଟ ଫୋନ୍ ଓ ଗଞ୍ଜେଇ ଭିତରକୁ ଯାଉଛି କେମିତି?
Powered by Froala Editor