ଗୁରୁ ଦିବସରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୨ ବିଜେତାଙ୍କୁ ଭେଟିବେ ମୋଦି
ନୂଆଦିଲ୍ଲୀ: ଆଜି ଗୁରୁ ଦିବସ । ଏହି ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୨ ବିଜେତା ସମସ୍ତ ଶିକ୍ଷକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟା ୩୦ରେ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ସମସ୍ତ ଶିକ୍ଷକଙ୍କୁ ଭେଟି କଥା ହେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ପକ୍ଷରୁ ଏହି ସୂଚନା ମିଳିଛି ।
ଚଳିତ ବର୍ଷ ଦେଶରେ ମୋଟ ୪୫ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦିଆଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଚୟନ ହୋଇଥିବା ଏହି ୪୫ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୨ ପ୍ରଦାନ କରିବେ । ସମ୍ମାନିତ ହେବାକୁ ଥିବା ୪୫ ଶିକ୍ଷକଙ୍କ ମଧ୍ୟରୁ ୨ଜଣ ଶିକ୍ଷକ ଦିବ୍ୟାଙ୍ଗ ବର୍ଗର ରହିଛନ୍ତି । ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଅନ୍ୟ ରାଜ୍ୟରୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଶିକ୍ଷକ ଚୟନ ହୋଇଛନ୍ତି । ୩ଟି ପର୍ୟ୍ୟାୟରେ ଅନଲାଇନ ପ୍ରକ୍ରିୟାରେ ଦେଶର ମହାନ ଶିକ୍ଷକଙ୍କୁ ମନୋନୀତ କରାଯାଇଛି । ବିଜ୍ଞାନ ଭବନରେ ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ ହୋଇଛି ।
Powered by Froala Editor