୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନୀଲ ବଂଶଲ
ଭୁବନେଶ୍ଵର : ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ। ଓଡ଼ିଶା ପ୍ରଭାରୀ ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଶତାଧିକ ବିଜେପି କର୍ମୀ ଓ ନେତା ସ୍ଵାଗତ କରିବେ ।
ବିଜେପି ରାଜ୍ୟ ସଭାପତି, ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବେ ସୁନୀଲ ବଂଶଲ। ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି । ଦଳର ସଂଗଠନ ଓ ୨୦୨୪ରଣନୀତି ସଂପର୍କରେ ଆଲୋଚନା ହେବ । ତେବେ ବିଜେଡି କହିଛି ସୁନୀଲ ବଂଶଲଙ୍କ ଓଡ଼ିଶା ଗସ୍ତର କୌଣସି ପ୍ରଭାବ ପଡିବନି । ୨୦୨୪ରେ ବିଜେଡିକୁ ବହୁମତ ମିଳିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।
Powered by Froala Editor