ଔଷଧ ପାଇଁ ଯାଇଥିଲେ ବ୍ୟବସାୟୀ, ଘରେ କଳାକନା ବୁଲାଇଲେ ଚୋର

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ସିଆପଡା ଛକ ୨୦ନଂ ଜାତୀୟ ରାଜପଥ କଡରେ ଜଣେ ବ୍ୟବସାୟୀଙ୍କ ଘରୁ ନଗଦ ଟଙ୍କା ସହ ଗହଣା ଲୁଟ୍ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ହେବ ।
ଆନନ୍ଦପୁର ଅଞ୍ଚଳର ଭାରତ ମସଲା ଡିଷ୍ଟ୍ରିବ୍ୟୁଟର ପ୍ରଶାନ୍ତ କୁମାର ସାହୁ(ଟୁନି ଭାଇ) ଆଜି ସନ୍ଧ୍ୟାରେ ଘର ଚାବି ପକାଇ ବଜାରକୁ ମେଡ଼ିସିନ କିଣିବା ପାଇଁ ସ୍ଵାମୀ ସ୍ତ୍ରୀ ଦୁଇଜଣ ଯାଇଥିବା ବେଳେ ଲୁଟେରାମାନେ ଘରର ଲୁହା ଗ୍ରୀଲ ଭାଙ୍ଗି ଏବଂ କବାଟ ଭାଙ୍ଗି ୮ଭରି ରୁ ଉର୍ଦ୍ଧ୍ବ ସୁନା ଏବଂ ଏକଲକ୍ଷ ଟଙ୍କା ସହ ଲାପଟପ ଚୋରି କରି ନେଇଯାଇଛନ୍ତି ।
ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଏବଂ ସାଇଁକୁଳ ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ମୁଣ୍ଡାରୀ ଘଟଣା ସ୍ଥଳରେ ପହଞ୍ଚି ଜଣକୁ ଅଟକ ରଖି ଏହାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ପରିବାର ପକ୍ଷରୁ ରାମଚନ୍ଦ୍ରପୁର ଥାନାରେ ପ୍ରଶାନ୍ତ କୁମାର ସାହୁ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଗୋଟିଏ ବାଇକ ରହିଥିବା ଦେଖିବାକୁ ମିଳିଛି ।
Powered by Froala Editor