ପିଲାଙ୍କ ଟିକା ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକକୁ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକକୁ କୋଭାକ୍ସିନ ଟିକା ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଲ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ୫୨୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ ଏହି ପରୀକ୍ଷା କରାଯିବ ବୋଲି ଜଣାଯାଇଛି ।
ପ୍ରକାଶ ଯେ, ସମ୍ପ୍ରତି ୧୮ରୁ ଉଦ୍ଧ୍ୱର୍ ବୟସର ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଯାଇଛି । ତେବେ କରୋନା ଶିଶୁଙ୍କୁ ମଧ୍ୟ ସଂକ୍ରମିତ ହେଉଥିବାରୁ ସେମାନଙ୍କର ଟିକାକରଣ ନିମେନ୍ତ ଯୋଜନା କରାଯାଉଛି । ୨ରୁ ୧୮ ବର୍ଷର ଲୋକଙ୍କ ପାଇଁ ଏଯାବତ ଟିକା ବାହାରି ପାରିନାହିଁ । ଏହାକୁ ଆଖିଆଗରେ ରଖି ଭାରତ ବାୟୋଟେକ ପରୀକ୍ଷଣ ପାଇଁ ଘୋଷଣା କରିଛି ।
ଭାରତ ବାୟୋଟେକର କୋଭାକ୍ସିନ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଏପରିକି ସିରମ ଇନଷ୍ଟିଚୁ୍ୟଟର ଟିକା କୋଭିସିଲଡ଼ ଠାରୁ ବି ଏହାର ଦାମ ବହୁ ଅଧିକା ରହିଛି । ୨ରୁ ୧୮ ବର୍ଷର ପିଲାଙ୍କ ଠାରେ କୋଭାକ୍ସିନର ପ୍ରୟୋଗ ନେଇ ବିଶେଷଜ୍ଞମାନେ ସୁପାରିଶ କରିଛନ୍ତି । ଏହା ଆଧାରରେ ଫେଜ ୨ ଓ ଫେଜ ୩ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ ଘୋଷଣା କରିଛି ।
Powered by Froala Editor