ଦୁଡୁଗାଁରେ ଅଗ୍ନିକାଣ୍ଡ : ଘର ପୋଡି ପାଉଁଶ, ଜଳିଗଲେ ୩ ଗୋରୁ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦୁଡୁଗାଁରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳିଯିବା ସହିତ ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୧୦ଟି ଗୋରୁ ଗାଈ ନିଆଁରେ ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି ।
ଗତକଲି ବିଳମ୍ବିତ ରାତିରେ ଦୁଡୁଗାଁ ଗ୍ରାମର ନିରଞ୍ଜନ ଶଙ୍ଖୁଆ ଓ ରାଜେନ୍ଦ୍ର ଶଙ୍ଖୁଆଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ପରିବାର ଲୋକେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିବାରୁ ପରିବାର ଲୋକେ ଜୀବନ ବିକଳରେ ବାହାରକୁ ଦୌଡି ପଳାଇଥିଲେ । କିନ୍ତୁ ଗୁହାଳ ଘରେ ବନ୍ଧା ହୋଇଥିବା ଗୋରୁ ଗାଈ ମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରି ନଥିଲେ । ଗାଁ ଲୋକେ ମିଳିମିଶି ନିଆଁକୁ ଆୟତ କରିଥିବାବେଳେ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ୩ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୦ଟି ଗୋରୁ ଗାଈ ଗୁରୁତର ଆହତ ହୋଇଛନ୍ତି ।
ଖବରପାଇ ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ସମଣାର ରାଜସ୍ୱ ନିରୀକ୍ଷକ ରାଜକିଶୋର ଜେନା ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ପଲିଥିନି ଯୋଗାଇ ଦେଇଛନ୍ତି ।

Powered by Froala Editor