ପୋଲିସ ଉପରେ ଆକ୍ରମଣ, ୬୭ ଗିରଫ

କଟକ: କଟକରେ କାଳବୈଶାଖୀ ବର୍ଷା ପବନରେ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ କଟକ ମହାନଗର କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ସହିତ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି ।
ଆକ୍ରମଣ ଅଭିଯୋଗରେ ମଧୁପାଟଣା ଥାନା ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ଭିତରେ ୧୫ ଜଣ ମହିଳା ଅଛନ୍ତି । ୬୭ ଜଣଙ୍କ ନାଁରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି ।
ନିକଟରେ ହୋଇଥିବା କାଳବୈଶାଖୀଜନିତ ବର୍ଷା ପବନରେ ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଅସ୍ଥାୟୀ ଟେଷ୍ଟ ଉଡ଼ିଯିବା ସହ ଭାଙ୍ଗି ଯାଇଥିଲା । ପରେ ସେଠାରେ ସିଏମସି ଓ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ । ଯାହାକୁ ଲୋକେ ବିରୋଧ କରିବା ସହ ସେଠାରେ ପୋଲିସ ଓ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
Powered by Froala Editor