ମାଟ୍ରିକ୍ ପ୍ରମାଣପତ୍ର ଆଣିବାକୁ ଯାଇଥିଲେ, ଦୁର୍ଘଟଣାରେ ଛାତ୍ରର ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଗବନ୍ଧୁ ମୁଣ୍ଡା ନାମକ ଜଣେ ଛାତ୍ରର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମାଟ୍ରିକ୍ ପ୍ରମାଣ ପତ୍ର ଆଣିବାକୁ ଯାଉଥିବାବେଳେ ଛାତ୍ରର ମୃତ୍ୟୁ ଘଟିଛି । ଛାତ୍ରର ମୃତ୍ୟୁରେ ତାଙ୍କର ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।
ଜଗବନ୍ଧୁ ଢେଙ୍କାନାଳ ଜିଲ୍ଲାର ଆଞ୍ଚଳିକ ବିଦ୍ୟା ନିକେତନ ସୁନ୍ଦରମୁଣ୍ଡି ବିଦ୍ୟାଳୟ ରେ ଚଳିତ ମାଟ୍ରିକ ପରୀକ୍ଷା ରେ ପାସ୍ କରିଥିବା ବେଳେ ସେଠାରୁ ସେ ୨୨ ତାରିଖ ପାସ ପ୍ରମାଣପତ୍ର ଆଣି ବାଇକ୍ ଯୋଗେ ଫେରୁଥିବା ସମୟରେ ଏକ ବଳଦ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ ଡାକ୍ତରଖାନା ରେ ଚିକିତ୍ସା ଚାଲିଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
Powered by Froala Editor