ରାଜ୍ୟରେ କରୋନା ନେଲା ଆଉ ୧୯ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନା ଆଉ ୧୯ ଜୀବନ ନେଇଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୨୫୧ରେ ପହଁଚିଛି । ସମ୍ପ୍ରତି ରାଜ୍ୟରେ ୫ ଲକ୍ଷ ୭୬ ହଜାର ୨୯୭ ଜଣ ସଂକ୍ରମିତ ହୋଇଥିବାବେଳେ ୧ ଲକ୍ଷ ୧୩ ଜଣ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ୪ ଲକ୍ଷ ୭୩ ହଜାର ୬୮୦ ଜଣ ସୁସ୍ଥ ହୋଇସାରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩, ବାଲେଶ୍ୱରରେ ୧, ବରଗଡ଼ରେ ୧, ବଲାଙ୍ଗୀରରେ ୧, ବୌଦ୍ଧରେ ୧, ଗଞ୍ଜାମରେ ୧, କନ୍ଧମାଳରେ ୧, ଖୋର୍ଦ୍ଧାରେ ୧, ନୂଆପଡ଼ାରେ ୧, ପୁରୀରେ ୨, ରାୟଗଡ଼ାରେ ୧, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୨ ଜଣ ମୃତୁ୍ୟବରଣ କରିଛନ୍ତି ।
ରାଜ୍ୟରେ ଆଜି ୧୦୬୪୯ ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୫୯୬୫ ଓ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୬୮୪ ଜଣ ସଂକ୍ରମିତ ହୋଇଛନ୍ତି । ଗତକାଲି କରୋନାରୁ ୮୫୪୭ ଜଣ ସୁସ୍ଥ ହୋଇଥିଲେ ।
Powered by Froala Editor