ଫୋନ୍ ବ୍ୟାଙ୍କିଙ୍ଗ କେନ୍ଦ୍ର ଶୁଭାରମ୍ଭ, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ରାଜଧାନୀରେ ଏକ ଫୋନ୍ ବ୍ୟାଙ୍କିଙ୍ଗ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି । ଏଠାରେ ୧୨୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରୁ ପ୍ରାୟ ୬୦% ମହିଳା । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ଓ ରୋବୋଟିକ୍ସର ବ୍ୟବସ୍ଥା ଥିବା ଏହି କେନ୍ଦ୍ର ସାରା ଦେଶରେ ବ୍ୟାଙ୍କ୍ ରିଟେଲ୍, ବ୍ୟବସାୟ ଓ କର୍ପୋରେଟ୍ ଗ୍ରାହକଙ୍କୁ ସେବା ଦେବ ।
ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରକୁ ଉଦ୍ଘାଟନ କରି କହିଛନ୍ତି, ଏହା ଜରିଆରେ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ସେବା ଆହୁରି ସୁବିଧାଜନକ ହେବ । ଗ୍ରାହକମାନେ ଉତ୍ତମ ଓ ନିରବଚ୍ଛିନ୍ନ ସେବା ପାଇବେ । କେନ୍ଦ୍ରର କଳେବର ବଢାଇବା ସହ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସେ ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ଶାଖା ଓ ଏଟିଏମ୍ର ବ୍ୟାପକ ନେଟ୍ୱର୍କ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ମୋବାଇଲ୍ ଆପ୍ ଜରିଆରେ ଓଡ଼ିଶାର ଲୋକଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ସେବା ପ୍ରଦାନ ଦେଉଛି । ଏହା ରାଜ୍ୟର ଏକ ବଡ଼ ନିଯୁକ୍ତିଦାତା । ବ୍ୟାଙ୍କ୍ ସେବା ସହ ସିଏସ୍ଆର୍ ଜରିଆରେ ଏହା ଅନେକ କାମ କରୁଛି ।
ଏହି କେନ୍ଦ୍ରରେ ଭିଡିଓ କେୱାଇସି ଜରିଆରେ ଖାତା ଖୋଲିବା ପାଇଁ ଗ୍ରାହକଙ୍କୁ ସୁବିଧା ଦିଆଯିବ ।
Powered by Froala Editor