ମାଓବାଦୀଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସବୁ ବର୍ଗର ଲୋକଙ୍କୁ କରୋନା ଗ୍ରାସ କରିସାରିଲାଣି । ଏପରିକି ମାଓ ଶିବିରରେ ମଧ୍ୟ କରୋନା ତା’ର କାୟା ମେଲାଇ ଚାଲିଛି । କରୋନାରେ ଆକ୍ରାନ୍ତ ହୋଇ କିଛି ମାଓବାଦୀଙ୍କ ମୃତୁ୍ୟ ମଧ୍ୟ ହୋଇଥିବା କୁହାଯାଉଛି । ତେବେ ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମାଓ ସଂଗଠନକୁ ମାଲକାନଗିରି ଏସପି ରିଷିକେଶ ଖିଲାରୀ ଏକ ବଡ଼ ଆହ୍ୱାନ ଦେଇଛନ୍ତି । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଏସପି କହିଛନ୍ତି । ସେ କହିଛନ୍ତି ଯେ, ପୁଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ । ଅନ୍ୟାନ୍ୟ ସହଯୋଗ ମଧ୍ୟ କରାଯିବ । ସବୁଠୁ ବଡ଼ କଥା ହେଲା ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମରେ କୌଣସି ମାମଲା ହେବ ନାହିଁ ବୋଲି ମାଲକାନଗିରି ଏସପି ରିଷିକେଶ ଖିଲାରୀ କହିଛନ୍ତି ।
Powered by Froala Editor