ସାତକୋଶିଆ ଗଣ୍ଡରୁ ଭାସିଗଲେ ୩୨ ଘଡ଼ିଆଳ ଛୁଆ, ଅଞ୍ଚଳରେ ଭୟର ବାତାବରଣ
ଅନୁଗୋଳ ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡର ଘଡ଼ିଆଳ ପ୍ରଜନନ ସ୍ଥଳରୁ ପ୍ରାୟ ୩୨ ଘଡ଼ିଆଳ ଛୁଆ ଭାସି ଯାଇଛନ୍ତି। ଏ ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏହାକୁ ନେଇ ପରିବେଶବିତ ଓ ସ୍ଥାନୀୟ ବାସିନ୍ଦା ଉଦବେଗ ପ୍ରକାଶ କରିଛନ୍ତି଼।
ପରିଚାଳନାଗତ ତ୍ରୁଟି, ନଦୀଜଳ ପ୍ରଦୂଷଣ, ପରିବେଶ ଅସନ୍ତୁଳନ ସାଙ୍ଗକୁ ବନ୍ୟାଜଳ ଆସିବା ପୂର୍ବରୁ ଏହି ଘଡ଼ିଆଳ ଶାବକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଯିବା ସେମାନଙ୍କ ଭାସିଯିବା ଓ ବଂଶ ବୃଦ୍ଧି ନ ହେବାର ପ୍ରମୁଖ କାରଣ ବୋଲି ପରିବେଶବିତଙ୍କ ମତ ଦେଇଛନ୍ତି।
ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା କହିଛନ୍ତି, ଗତ ମେ ମାସରେ ଏହି ୩୨ଟି ଘଡ଼ିଆଳ ଛୁଆ ଏଠାରେ ଜନ୍ମ ନେଇଥିଲେ। ମହାନଦୀରେ ବନ୍ୟାଜଳରେ ଭାସି ଯାଇଥିବା ଘଡ଼ିଆଳ ଶାବକ ମଧ୍ୟରୁ କିଛି ଶାବକଙ୍କୁ ଉଦ୍ଧାର କରାଯାଇଛି। ପାଣି କମିବା ପରେ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ କରାଯିବ।
Powered by Froala Editor