ସହିଦ ଭଗତ ସିଂହ ନାଁରେ ନାମିତ ହେବ ଏହି ବିମାନ ବନ୍ଦର
ପଞ୍ଜାବ ଓ ହରିଆଣା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଣ୍ଡିଗଡ଼ ଅନ୍ତର୍ଜାତୀୟ ଏୟାରପୋର୍ଟର ନାଁ ବଦଳାଇବାକୁ ଉଭୟ ରାଜ୍ୟର ସରକାର ସହମତି ହୋଇଛନ୍ତି। ଏହି ବିମାନବନ୍ଦରର ନାଁ ଏଣିକି ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ନାମିତ କରାଯିବ। ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ମାନ ଓ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ମଧ୍ୟରେ ଏକ ବୈଠକ ହୋଇଥିଲା। ବୈଠକରେ ସହମତିକ୍ରମେ ନିଷ୍ପତ୍ତି ହୋଇଛି।
ଶ୍ରୀ ମାନ ଟ୍ୱିଟ୍ରେ ଲେଖିଛନ୍ତି ” ଚଣ୍ଡିଗଡ଼ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ ସହୀଦ ଭଗତ ସିଂହଙ୍କ ନାଁରେ ନାମିତ ହେବ। ଏହା ଉପରେ ଉଭୟ ପଞ୍ଜାବ ଓ ହରିଆଣା ସରକାର ସହମତି ପ୍ରକାଶ କରିଛନ୍ତି। ଆଜି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ସହ ଏ ବିଷୟରେ ବୈଠକ କଲି।“ ଶ୍ରୀ ମାନ ବୈଠକ ବେଳର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।
ତେବେ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲେ ବି ବିମାନବନ୍ଦର ନୂଆ ନାମକରଣ କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ନୂଆ ନାମକରଣ ହେଲେ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରରକୁ ଲୋକେ ସହିଦ ଭଗନ୍ତ ସିଂହ ବିମାନବନ୍ଦର ବୋଲି ଜାଣିବେ। ଏହାପୂର୍ବରୁ ୨୦୧୬ରେ ହରିଆଣା ବିଧାନସଭାରେ ଗୋଟିଏ ସଂକଳ୍ପ ପାରିତ ହୋଇଥିଲେ। ଏଥିରେ ଚଣ୍ଡିଗଡ଼ ଏୟାରପୋର୍ଟର ନାଁ ଭଗତ ସିଂହଙ୍କ ନାମ ଅନୁସାରେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା।
Powered by Froala Editor