ଶାଖା ନଦୀ ଯୋଗୁଁ ଫୁଲିଲାଣି ବୈତରଣୀ
କେନ୍ଦୁଝର ଜିଲ୍ଲାରେ ଲଘୁଚାପ ଯୋଗୁଁ ବିଭିନ୍ନ ନଦୀନାଳ ଗୁଡିକରେ ବଢି ଆସୁଥିବା ଦେଖାଯାଇଛି। ଜିଲା ରେ ଲଗାତର ବର୍ଷା ଲାଗି ରହିଛି। ଫଳରେ କେନ୍ଦୁଝର ଦେଇ ବୋହି ଯାଇଥିବା ନଦୀ ଓ ଶାଖା ନଦୀ ରେ ଜଳସ୍ତର ଵୃଦ୍ଧି ପାଉଛି। ସାହାରପଡା ବ୍ଲକ କୁମୁଳାବାହାଳି ଦେଇ ବୋହି ଯାଇଥିବା ତେଲ ନଦୀ ର ଜଳ ସ୍ତର ବୃଦ୍ଧି ଯୋଗୁ ପୋଲ ଉପରେ 3 ଫୁଟ ର ବନ୍ୟାଜଳ ଆଜି ସକାଳୁ ପ୍ରଭାବିତ ହେଉଥିବା ଦେଖାଯାଇଛି। ଫଳରେ ଉଭୟ କେନ୍ଦୁଝର ଓ ମୟୁରଭଞ୍ଜ ଜିଲାର ର ଦୁଇ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି।
କେନ୍ଦୁଝର ଜିଲ୍ଲା ର ସାହାରପଡା ଓ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ କୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲ ଉପରେ ପାଣି ଚାଲୁ ଥିବାରୁ ଲୋକେ ନାହଁ ନଥିବାର ହଇରାଣ ହେଉଥିବା ଜଣା ପଡ଼ିଛି। ଉକ୍ତ ତଳିଆ ପୋଲଟି ଠାକୁରମୁଣ୍ଡା କୁ ଯିବାପାଇଁ ଏକମାତ୍ର ମାଧ୍ୟମ ହୋଇଥିବା ଯୋଗୁଁ ଅନେକ ଲୋକେ ଯିବାଆସିବା କରିବାରେ ଅସୁବିଧା ହେଉଛି।

Powered by Froala Editor