ଛେଳି କଳିରୁ ହତ୍ୟା : କଟୁରୀରେ ମୁଣ୍ଡ ଗଣ୍ଡି ଅଲଗା କରିଦେଲା ଟୁବୁ

କେନ୍ଦୁଝର ଜିଲ୍ଲା ଯୋଡା ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁରର ମାଝି ସାହିରେ ଘଟିଛି ବିଭତ୍ସ ହତ୍ୟା କାଣ୍ଡ । ଧାରୁଆ କଟୁରୀରେ ହାଣି ମୁଣ୍ଡ, ଗଣ୍ଡି ଅଲଗା କରିଦେଇଛି ହତ୍ୟାକାରୀ । ମୃତକ ଜଣଙ୍କ ହେଲେ ମାଝି ସାହିର ନାଣ୍ଡୁ ମୁଣ୍ଡା । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ।
ସୂଚନା ଅନୁଯାୟୀ ୧୫ଦିନ ତଳେ ଏକ ଛେଳି ମାରିବାକୁ ସନ୍ଦେହ କରି ଟୁବୁଙ୍କ ମା ଓ ନାଣ୍ଡୁ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ବେଳେ ନାଣ୍ଡୁ ଟୁବୁର ମାଙ୍କୁ ଆକ୍ରମଣ କରିଥିଲା । ଏ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ବଢିଥିଲା । ସେବେଠୁ ଟୁବୁ ନାଣ୍ଡୁକୁ ମାରିବାକୁ ସୁଯୋଗ ଖୋଜୁଥିଲା । ତିନି ଦିନ ଧରି ନାଣ୍ଡୁକୁ ଖୋଜିବା ପରେ ଶୁକ୍ରବାର ତାକୁ ପାଇଥିଲା । ଉଭୟ ଗୋଟିଏ ଜାଗାରେ ହାଣ୍ଡିଆ ପିଇବା ପରେ ଅପରାହ୍ନରେ ନାଣ୍ଡୁକୁ ନିଜ ଘରକୁ ଡାକିନେଇଥିଲା ଟୁବୁ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରଥମ ବଚସା ହୋଇଥିଲା ଓ ପରେ ଏକ ଧାରୁଆ କଟୁରୀରେ ନାଣ୍ଡୁକୁ ନୃଶଂସ ଭାବେ ହାଣି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିଲା ଟୁବୁ ଏବଂ ମୁଣ୍ଡଟିକୁ ଗାମୁଛାରେ ଘୋଡେଇ ଅନ୍ୟ ସ୍ଥାନରେ ରଖିଦେଇଥିଲା । ଖବର ପାଇ ପୁଲିସ ମତ ଦେହ ଉଦ୍ଧାର କରିଛି ।
Powered by Froala Editor