ଭୟଙ୍କର ବର୍ଷା: ପୋତି ହୋଇଗଲେ ପରିବାରର ୭ ଜଣ, ଉତ୍ତରାଖଣ୍ଡରେ ୫ ମୃତ
ହିମାଚଳ ପ୍ରଦେଶରେ ମଣ୍ଡି ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଯୋଗୁ ସ୍ଥତି ସଙ୍ଗୀନ ହୋଇଛି। ମଣ୍ଡି ଜିଲ୍ଲାର ଗୋହର ଉପ-ଡିଭିଜନ ପଞ୍ଚାୟତ କାଶନର ଜଣ୍ଡୋନ ଗାଁରେ ପାହାଡ ଧସିବା ଯୋଗୁଁ ଗୋଟିଏ ପରିବାରର ୭ ଜଣ ପୋତି ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ଏଥିଯୋଗୁଁ କାଶନ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।
ଏହି ଉପମଣ୍ଡଳର ଭୂସ୍ଖଳନ ହେବା ଯୋଗୁଁ ଅନେକ ରାସ୍ତା ବନ୍ଦ ହୋଇଯାଇଛି । ରାସ୍ତା ବନ୍ଦ ଯୋଗୁଁ ଗୋହର ପ୍ରଶାସନିକ ଅଧିକାରୀମାନେ ଫସି ରହିଛନ୍ତି । ଅନ୍ୟପଟେ ଜେସିବି ମେସିନ୍ ଦ୍ବାରା ରାସ୍ତା ଉପରୁ ପଥର ହଟାଇବାକୁ ଉଦ୍ୟମ ଚାଲିଛି । ଗୋହର ଏସଡିଏମ ରମନ ଶର୍ମା କହିଛନ୍ତି, ଉଦ୍ଧାରକାରୀ ଟିମ୍କୁ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟା ହେଉଛି । ଟିମ୍ ସକାଳ ୪ଟାରୁ ହିଁ ଘଟଣାସ୍ଥଳ ଅଭିମୁଖେ ବାହାରିସାରିଛି, କିନ୍ତୁ ରାସ୍ତା ବନ୍ଦ ଥିବାରୁ ଘଟଣାସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପଡିଛି ।
ସେହିପରି ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ଉତ୍ତରାଖଣ୍ଡ ରାୟପୁର-କୁମଲଦା ଏରିଆ ଜଳମଗ୍ନ ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନେ ସ୍ଥାନେ ଭୂସ୍ଖଳନ ମଧ୍ୟ ଜାରି ରହିଛି। ଉକ୍ତ ଅଞ୍ଚଳର ପ୍ରସିଦ୍ଧ ଶିବ ମନ୍ଦିର ଟପକେଶ୍ୱର ଶିବ ମନ୍ଦିରରେ ମଧ୍ୟ ଜଳ ପ୍ରବେଶ କରିଛି। ସଙ୍ଗ ନଦୀରେ ଥିବା ଏକ ପୋଲ ଭାସିଯାଇଛି ।
ତୋଟାଘାଟି ନିକଟରେ ରିଷିକେଶ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି। ସେହିପରି ନାଗାନିରେ ମଧ୍ୟ ସମାନ ପରିସ୍ଥତି ଉପୁଜିଛି। ଏଠାରେ ରିଷିକେଶ-ଗଙ୍ଗୋତ୍ରୀ ରାଜପଥକୁ ବନ୍ଦ କରାଯାଇଛି।

Powered by Froala Editor