ପ୍ରଧାନମନ୍ତ୍ରୀ ଓ ଆଇଏଏସ୍ ଅଫିସର୍ଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇ କ୍ରାଇମ୍ବ୍ରାଞ୍ଚ୍ କନେଷ୍ଟବଳ ନିଲମ୍ବିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନମନ୍ତବ୍ୟ ଦେଇଥିବାରୁ କାନପୁର କ୍ରାଇମ୍ ବ୍ରାଞ୍ଚ୍ର ଜଣେ କନେଷ୍ଟବଳ ଗୁରୁବାର ଦିନ ନିଲମ୍ବିତ ହୋଇଛନ୍ତି। ସମ୍ପୃକ୍ତ କନଷ୍ଟେବଳ ହେଉଛନ୍ତି ଅଜୟ ଗୁପ୍ତା। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଭୟଙ୍କ ବିରୋଧରେ ଅଶୋଭନୀୟ ପୋଷ୍ଟ କରିଥିଲେ। ଅଜୟ ଗୁପ୍ତା ଏକାଧିକ ବିବାଦୀୟ ଟ୍ୱିଟ୍ ଏବଂ ଜବାବ ରଖିଥିଲେ। ଏହା ପରେ ଅଜୟ କୁମାରଙ୍କ ଟ୍ୱିଟର ସ୍କ୍ରିନସଟ୍ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
ତାଙ୍କୁ ନିଲମ୍ବିତ କରିଥିବା ପୁଲିସ କମିସନର୍ ‘ବି.ପି. ଜୋଗଦଣ୍ଡ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ଜଣେ କନେଷ୍ଟବଳ ପୋଷ୍ଟ୍ କରିଥିବା କେତେକ ଟୁଇଟ୍ ତାଙ୍କ ସୀମା ଲଂଘନ କରିଛି। ପୁଲିସ ଚାକିରି ହୋଇଥିବାରୁ ଆମର ନିର୍ଦ୍ଦିଷ୍ଟ କିଛି ସୀମା ଅଛି। ଏହା ଆମ ଆଚରଣର ଉଲ୍ଲଂଘନ। ଏଥିପ୍ରତି ଦୃଷ୍ଟି ଦେଇ ଆମେ ତାଙ୍କୁ ନିଲମ୍ବନ କରିବା ସହ ବିଭାଗୀୟ ତଦନ୍ତ ପାଇଁ ଆଦେଶ ଦେଇଛୁ।
ଅଜୟ ଗୁପ୍ତା କାନପୁର କ୍ରାଇମବ୍ରାଞ୍ଚ ଶାଖାରେ ଅବସ୍ଥାପିତ ଅଛନ୍ତି । ଗତ ଅଗଷ୍ଟ ୧୪ରେ ପୁଲିସ ମେଡାଲ ଘୋଷଣା କରାଯାଇଥିଲା। କିନ୍ତୁ ସେଥିରେ ତାଙ୍କ ନାଁ ନଥିଲା। ତେବେ ମେଡାଲ ଲିଷ୍ଟକୁ ନେଇ ଅଜୟ ଗୁପ୍ତା କମିଶନର ଏବଂ ଡିଜିପିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଥିଲେ। ଏହାର ଜବାବ କିଶନର ପୁଲିସ ପକ୍ଷରୁ ଦିଆଯାଇଥିଲା ।
ଏହା ପରେ ଅଜୟ ଜଣେ ଆଇସ ଅଧିକାରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସହ ତାଙ୍କ ଆକାଉଣ୍ଟରୁ ଏକାଧିକ ବିବାଦୀୟ ଟ୍ୱିଟ୍ ହୋଇଥିଲା। ଗୁରୁବାର ତାଙ୍କୁ ନିଲମ୍ବିତ କରାଯାଇଛି।

Powered by Froala Editor