ଲକ୍ଷ୍ନୌରେ ଭୂମିକମ୍ପ
ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ବୋଲି ଜଣାପଡିଛି । ଜାତୀୟ ଭୂ-ବିଜ୍ଞାନୀ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧ଟା ୨୦ରେ ଲକ୍ଷ୍ନୌରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଏଠାରୁ ୧୩୯ କିମି ଦୂରରେ ଥିବା ବହରାଇଚ ବୋଲି କୁହାଯାଉଛି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଲକ୍ଷ୍ନୌ ନଗରୀର ଉତ୍ତର-ଉତ୍ତରପୂର୍ବାଞ୍ଚଳ ଏହି ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି।
ଦି ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି କହିଛି ଯେ, ୨୦ ତାରିଖ ରାତି ୧.୧୨ରେ ଭାରତର ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ନୌର ୧୩୯ କିଲୋମିଟର୍ ଉତ୍ତର-ଉତ୍ତରପୂର୍ବରେ ଭୂଗର୍ଭର ୮୨ କିଲୋମିଟର୍ ଗଭୀରରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଏହାପୂର୍ବରୁ ଅଗଷ୍ଟ ୧୭ ତାରିଖରେ ମହାରାଷ୍ଟ୍ରର ନାସିକରେ ମଧ୍ୟ ତିନି ଥର ଭୂମିକମ୍ପର ଝଟକା ଲାଗିଥିଲା । ଯାହାର ତୀବ୍ରତା ଥିଲା ୩.୪, ୨.୧ ଓ ୧.୯୯ । ଏଥିରେ କେହି ମୃତାହତ ହୋଇନଥିଲେ ।
Powered by Froala Editor