୧୧ ରାଜ୍ୟରେ ମହିଳାଙ୍କ ସେକ୍ସ ପାର୍ଟନର ସଂଖ୍ୟା ଅଧିକ
ନୂଆଦିଲ୍ଲୀ : ଦେଶର ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ପୁରୁଷଙ୍କ ତୁଳାନାରେ ମହିଳାଙ୍କର ଅଧିକ ସେକ୍ସ ପାର୍ଟନର ଅଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ) ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୧୧ଟି ରାଜ୍ୟ ଏବଂ କେନ୍ଦ୍ର ।ଶାସିତ ଅଂଚଳ ମଧ୍ୟରେ ରାଜସ୍ଥାନ, ହରିଆଣା, ଚଣ୍ଡିଗଡ, ଜମ୍ମୁ କାଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ଆସାମ, କେରଳ, ଲାକ୍ଷାଦୀପ, ପୁଡୁଚେରୀ ଏବଂ ତାମିଲନାଡୁ ରହିଛନ୍ତି । ରାଜସ୍ଥାନ ଏ କ୍ଷେତ୍ରରେ ଶୀର୍ଷରେ ରହିଛି, ଯେଉଁଠାରେ ଅଧିକ ସଂଖ୍ୟକ ମହିଳାଙ୍କ ହାରାହାରି ୩.୧ଜଣ ସେକ୍ସ ପାର୍ଟନର ଅଛନ୍ତି । ଏଠାରେ ପୁରୁଷଙ୍କ ସେକ୍ସ ପାର୍ଟନର ସଂଖ୍ୟା ହାରାହାରି ୧୧.୮ ରହିଛି । ସର୍ବଭାରତୀୟ ସ୍ତରରେ ଏକାଧିକ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା କ୍ଷେତ୍ରରେ ପୁରୁଷମାନେ ଆଗରେ ଅଛନ୍ତି । ଶାରୀରୀକ ସଂପର୍କ ରଖିଥିବା ପୁରୁଷଙ୍କ ସଂଖ୍ୟା ୪ପ୍ରତିଶତ ବୋଲି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରୁ ଜଣାପଡିଛି ।
ଏହି ପୁରୁଷମାନେ ଏଭଳି ସେକ୍ସ ପାର୍ଟନରଙ୍କ ସହିତ ସଂପର୍କରେ ଅଛନ୍ତି, ଯେଉଁମାନେ ସେମାନଙ୍କ ପତ୍ନୀ ନୁହନ୍ତି କିମ୍ବା ଲିଭ୍ ଇନରେ ମଧ୍ୟ ନାହାନ୍ତି । କିନ୍ତୁ ଏକାଧିକ ପୁରୁଷଙ୍କ ସହିତ ଶାରୀରୀକ ସଂପର୍କ ରଖୁଥିବା ମହିଳାଙ୍କ ସଂଖ୍ୟା ୦.୫ ପ୍ରତିଶତ ରହିଛି । ୨୦୧୯ରୁ ୨୦୨୧ ମଧ୍ୟରେ ଦେଶର ୨୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳର ୭୦୭ଟି ଜିଲ୍ଲାରେ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି । ୧ଲକ୍ଷ ୧୦ହଜାର ମହିଳା ଏବଂ ୧ଲକ୍ଷ ପୁରୁଷଙ୍କୁ ଉକ୍ତ ସର୍ଭେରେ ସାମିଲ କରାଯାଇଥିଲା । ଯୌନ ସଂପର୍କ ଏବଂ କଣ୍ଡମ ବ୍ୟବହାର ସଂପର୍କରେ ତଥ୍ୟ ହାସଲ ପାଇଁ ଏହି ସର୍ଭେ କରାଯାଇଥିଲା ।
Powered by Froala Editor