୩୭,୦୦୦ ଫୁଟ୍ ଉପରେ ବିମାନ ଥିବାବେଳେ ଶୋଇପଡ଼ିଲେ ଦୁଇ ପାଇଲଟ୍...

ଇଥୋପିଆ ଏୟାରଲାଇନ୍ସର ଗୋଟିଏ ବିମାନ ଭୂପୃଷ୍ଠରୁ ୩,୭୦୦ ଫୁଟ ଉପରେ ଥିବା ବେଳେ ଏହାର ଦୁଇ ଜଣ ଯାକ ପାଇଲଟ ହଠାତ୍ ଶୋଇପଡ଼ିଥିଲେ। ଏଥିଯୋଗୁ ଏହା ଯେଉଁ ସ୍ଥାନରେ ଲ୍ୟାଣ୍ଡ କରିବା କଥା ସେଠାରେ ନକରି ଏୟାରଲାଇନ୍ସ ଆଗକୁ ଚାଲି ଯାଇଥିଲା।
ସୋମବାର ଦିନ ଏହି ଘଟଣା ଘଟିଛି। ଇଟି୩୪୩ ବିମାନଟି ସୁଦାନର ଖାରତୁମରୁ ଉଡ଼ାଣ ଭରିଥିବା ବେଳେ ଇଥୋପିଆର ରାଜଧାନୀ ଆଡିସ ଆବାବାରେ ଲ୍ୟାଣ୍ଡ କରିବାରଥିଲା। କିନ୍ତୁ ଏହା ସେଠାରେ ଲ୍ୟାଣ୍ଡ କରିବାରେ ବିଫଳ ହୋଇଥିଲା। ‘ଇଟି୩୪୩’ ବିମାନ ତଳକୁ ନ ଓହ୍ଲାଇବାରୁ ‘ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍’ ସତର୍କ ସୂଚନା ବଜାଇଥିଲା। ଏହା ପୂର୍ବରୁ ‘ଏଟିସି’ ବିମାନର ପାଇଲଟ୍ମାନଙ୍କୁ ଅନେକ ଥର ଯୋଗାଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ୩,୭୦୦ ଫୁଟ ଉପରେ ହିଁ ଏହା ଆଗକୁ ଚାଲି ଯାଇଥିଲା। ତେବେ ବିମାନଟି ଲ୍ୟାଣ୍ଡ କରିବାକୁ ଥିବା ରନୱେ ଅତିକ୍ରମ କରିବା କ୍ଷଣି ଅଟୋ ପାଇଲଟ ସିଷ୍ଟମ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାପରେ ଆର୍ଲାମ ବାଜିବାରୁ ଦୁଇ ପାଇଲଟଙ୍କ ନିଦ ଭାଙ୍ଗିଥିଲା। ଏହାପରେ ପାଇଲଟ୍ମାନେ ବିମାନଟିକୁ ବୁଲାଇ ବୁଲାଇ ୨୫ ମିନିଟ୍ ପରେ ରନ୍ୱେରେ ଅବତରଣ କରାଇଥିଲେ। ସୌଭାଗ୍ୟକୁ ବିମାନଟି ନିରାପଦରେ ଅବତରଣ କଲା।
Powered by Froala Editor