ମୁଁ ଠିକ୍ ଭାବେ କଥା ହୋଇପାରୁ ନାହିଁ, ହେଲେ ମୋର ମେସେଜ୍ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି

"ହ୍ୟାଲୋ ଏଭ୍ରିୱନ୍। ବହୁତ କଷ୍ଟରେ ମୁଁ ଏହି ଭିଡିଓ କରୁଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି, ଦୟା କରି କରୋନାକୁ ହାଲ୍କା ଭାବେ ନିଅନ୍ତୁ ନାହିଁ। ଏହା ବହୁତ ଖରାପ। ବହୁତ ଖରାପ ଲକ୍ଷଣ। ମୁଁ ଠିକ୍ ଭାବେ କଥା ହୋଇପାରୁ ନାହିଁ, ହେଲେ ମୋର ମେସେଜ୍ ମୁଁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି। ଯେତେବେଳେ ବି ବାହାରକୁ ଯାଉଛନ୍ତି, ଦୟାକରି ମାସ୍କ ପିନ୍ଧନ୍ତୁ।"ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦିଲ୍ଲୀର ଜଣେ ଗର୍ଭବତୀ ମହିଳାଙ୍କ ଏଭଳି ଭିଡ଼ିଓ। ସବୁଠୁ ବଡ଼ କଥା ହେଉଛି ମହିଳା ଜଣକ ଗର୍ଭବତୀ ରହିଥିଲା ବେଳେ ତାଙ୍କ ସହ ଗର୍ଭରେ ଥିବା ଶିଶୁ ବି ଦୁନିଆ ଦେଖିବା ଆଗରୁ ଜୀବନ ଯୁଦ୍ଧରେ ହାରି ଯାଇଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳାଙ୍କ ନାଁ ଦୀପିକା। ଗତ ଏପ୍ରିଲ ୧୧ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ୍ ୨୬ରେ ମୃତ୍ୟୁ ବରଣ କରିଥିଲେ । ଆଉ ମହିଳା ଜଣକଙ୍କର ମୃତ୍ୟୁ ହେବା ପରେ ତାଙ୍କର ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ତାଙ୍କ ସ୍ବାମୀ ରବିଶ ଚାୱଲା ।
Powered by Froala Editor