ପତ୍ନୀକୁ ମାରି ନିଖୋଜ ବୋଲି କହୁଥିଲା, ଧରାପଡ଼ିଲା ସ୍ୱାମୀ
ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ। ହତ୍ୟା କରିବା ପରେ ମୃତଦେହକୁ ନଈରେ ଫିଙ୍ଗି ଦେଇ ପଳାଇଲା। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲା।
ଏକ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁରେ ରହୁଥିବା ବିହାରର ଜଣେ ବିଦ୍ୟୁତ୍ କର୍ମଚାରୀ ପୃଥ୍ବୀରାଜ ସିଂ ୯ ମାସ ପୂର୍ବରୁ ଜ୍ୟୋତି କୁମାରୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଜ୍ୟୋତି କୁମାରୀ ତାଙ୍କ ବୟସ ୨୮ ବର୍ଷ କହିଥିଲେ। ହେଲେ ବିବାହ ପରେ ତାଙ୍କ ବୟସ ୩୮ ବର୍ଷ ବୋଲି ପରିବାରକୁ ଜଣାଇଥିଲେ। ଏପରିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସ୍ବାମୀଙ୍କୁ ମନା କରିଦେଇଥିଲେ। ଅନ୍ୟପକ୍ଷେ, ଶାଶୁ ଘର ଲୋକଙ୍କୁ ସେ ଅପମାନିତ କରୁଥିଲେ। କିଛି ମାସ ଏଭଳି ଘଟିବା ପରେ ପୃଥିବୀ ରାଗିଯାଇ ପତ୍ନୀ ଜ୍ୟୋତିଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ପତ୍ନୀ ହତ୍ୟା କରିବା ପାଇଁ ମନେ ମନେ ଯୋଜନା କରି ପୃଥିବୀ ରାଜ ବନ୍ଧୁ ସମୀର କୁମାରକୁ ବିହାରରୁ ଡକାଇ ପଠାଇ ଦୁହେଁ ପତ୍ନୀ ରହୁଥିବା ଉଡୁପୀକୁ ଯାଇଥିଲେ। ସେଠାରେ ଜ୍ୟୋତୀକୁ ତଣ୍ଟିଚିପି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଶିରାଡ଼ୀ ଘାଟରେ ଫିଙ୍ଗିଦେଇ ଫେରାର୍ ହୋଇଯାଇଥିଲେ। ଆଉ ପୁଲିସ ସନ୍ଦେହରୁ ରକ୍ଷା ପାଇଁ ପରଦିନ ଥାନାରେ ପହଞ୍ଚି ପତ୍ନୀ ନିଖୋଜର ମାମଲା କରିଥିଲେ। ତେବେ ପୁଲିସ କିନ୍ତୁ ହତ୍ୟାକାରୀ ମିଛ କାହାଣୀକୁ ନେଇ ସନ୍ଦେହ କରିଥିଲା। ଆଉ ଶେଷରେ ପୁଲିସ ପାଖରେ ସତ ମାନିଯାଇଥିଲା ହତ୍ୟାକାରୀ ସ୍ୱାମୀ। ପୁଲିସ ଗଳିତ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି।

Powered by Froala Editor