ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି

ଭୁବନେଶ୍ୱର:ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ହସ୍ପିଟାଲ, ବସ୍ତି ଓ କଲୋନୀରୁ ଡେଇଁ ଏବେ ବିଭିନ୍ନ ଅଫିସରେ ବି ପହଞ୍ଚିସାରିଲାଣି । ତେବେ ଭୁବନେଶ୍ୱରରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରିଦିଆଯାଇଛି । ତାଙ୍କ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନରଭାବେ ସଞ୍ଜୟ କୁମାର ସିଂହଙ୍କୁ ନିଯୁକ୍ତ କରାଯାଇଛି । ଶ୍ରୀ ସିଂହ ହେଉଛନ୍ତି ୧୯୯୭ ବ୍ୟାଚର ଆଇଏଏସ ଅଫିସର ।
ଏବେ ସଞ୍ଜୟ ସିଂହ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି । ତାଙ୍କୁ ବିଏମସି କମିଶନର ସହ ବିଡିଏ ଉପାଧ୍ୟକ୍ଷଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଡିଏ ଉପାଧ୍ୟକ୍ଷ ସହ ଭୁବନେଶ୍ୱର ସ୍ମାର୍ଟସିଟି ସିଇଓ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଅନ୍ୟପକ୍ଷରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସଡିଭାବେ ନିଯୁକ୍ତ କରାଯାଇଛି ।
Powered by Froala Editor